ରଣପୁର ; ତା-୨୨/୧୨ (ବିଏମସି ଟିଭି ଓଡ଼ିଆ )
ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ ରମେଶ ଚନ୍ଦ୍ର ଜେନା । ଏହା ପୂର୍ବରୁ ପ୍ରୀତି ପ୍ରକାଶ ମହାନ୍ତି ପ୍ରାୟ ୩ବର୍ଷ ଧରି କାର୍ଯ୍ୟ କରିବା ପରେ ଥାନା ଅଧିକାରୀ ଭାବରେ ଜଗତସିଂହପୁରକୁ ବଦଳି ହୋଇଛନ୍ତି । ଏନେଇ ଶ୍ରୀ ରମେଶ ଚନ୍ଦ୍ର ଜେନା ବିଧିବଦ୍ଧ ଭାବରେ ଶ୍ରୀ ମହାନ୍ତିଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି । ନୂତନ ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ରାଜସୁନାଖଳା ଫାଣ୍ଡିର ସମସ୍ତ କର୍ମଚାରୀ , ବଣିକ ସଂଘ, ସାମ୍ବାଦିକ ସଂଘ, ବୁଦ୍ଧିଜୀବୀ ଏବଂ ରାଜସୁନାଖଳା ଗ୍ରାମବାସୀ ମାନେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ରାଜସୁନାଖଳା ଅଞ୍ଚଳକୁ ଗୋମାତା ଚାଲାଣ , ଗଞ୍ଜେଇ ଓ ବ୍ରାଉନ ସୁଗାର , ଖଣିମାଫିଆ, ମଦ କାରବାର ଏବଂ ଚୋର ମାନଙ୍କୁ ଧରିବା ସହିତ ଅପରାଧୀ କାର୍ଯ୍ୟ କଳାପରେ ଲିପ୍ତଥିବା ବ୍ୟକ୍ତିମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ବେଳେ ଗରିବ ଲୋକ ମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବେ ବୋଲି କହିଛନ୍ତି।
ବିଏମସି ନ୍ୟୁଜ୍ ଓଡ଼ିଶା ।



