ବେଲଗୁଣ୍ଠା: ତା -୨୨/୧୨(ବିଏମସି ଟିଭି ଓଡ଼ିଆ)
କିଛି ବର୍ଷର ବ୍ୟବଧାନ ପରେ ଅନୁଷ୍ଠିତ ହୋଇଛି ବନ୍ଧୁ ମିଳନ କାର୍ଯ୍ୟକ୍ରମ । ବେଲଗୁଣ୍ଠା ସହରର ବିଭିନ୍ନ ବିଦ୍ୟାଳୟରେ ପଢୁଥିବା ସମୟରେ ପାଠଶାଳା ଜୀବନର ସୁନେଲି ସ୍ମୃତିକୁ ନେଇ ୨୦୧୨ ଦଶମଶ୍ରେଣୀ ବ୍ୟାଚ୍ ଛାତ୍ର ଏକତ୍ରିତ ହୋଇଛନ୍ତି । ଏହି ଅବସରରେ ଏକ ବନ୍ଧୁ ମିଳନ ଉତ୍ସବ କିରାପଲ୍ଲୀ ସ୍ଥିତ ମାଆ କୁମାରଶୁଣି ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ମିଳନ ଅବସରରେ ପୁରୁଣା ସ୍ମୃତି ତାଜା ହେବା ସହ ବନ୍ଧୁତ୍ୱର ସମ୍ପର୍କ ଆଉ ମଜବୁତ ହୋଇଥିଲା। ଅଲଗା ଅଲଗା କ୍ଷେତ୍ରରେ ସଫଳତା ହାସଲ କରିଥିବା ବନ୍ଧୁମାନେ ଆଜି ପୁଣିଥରେ ଏକ ମଞ୍ଚରେ ଏକତ୍ରିତ ହୋଇ ଖୁସି ଓ ଆନନ୍ଦ ସହ ଏହି ମୁହୂର୍ତ୍ତକୁ ସ୍ମରଣୀୟ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ବର୍ଷର ବ୍ୟବଧାନ ପରେ ପୁରାତନ ଛାତ୍ର ମାନେ ନିଜ ବନ୍ଧୁଙ୍କୁ ଗୋଟିଏ ସ୍ଥାନରେ ପାଇ ପରସ୍ପରକୁ ଉପଢ଼ୌକନ ଦେଇ ଅଭିନନ୍ଦନ ଜଣାଇବା ସହିତ ବନ୍ଧୁତ୍ୱ ଅମର ରହୁ, ସ୍ମୃତି ସଦା ସଜୀବ ରହୁ କହି ସେମାନଙ୍କର ବ୍ୟକ୍ତିଗତ,ବୃତ୍ତିଗତ ଏବଂ ସାମାଜିକ ଜୀବନ ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ଗ୍ୟାଙ୍ଗ ଅଫ ଗ୍ରେଟନେସ୍ ବ୍ୟାଚ୍ ମାଧ୍ୟମରେ ଆଗାମୀ ଦିନରେ ବୃକ୍ଷରୋପଣ,ରକ୍ତଦାନ ଭଳି ସାମାଜିକ କାର୍ଯ୍ୟକ୍ରମ କରାଯିବା ସମ୍ପର୍କରେ ମତ ପ୍ରକାଶ ପାଇଥିଲା । ପୁରାତନ ଛାତ୍ର ସଭାପତି ସୁନୀଲ ମହାପାତ୍ର, ଉପସଭାପତି ରବୀନ୍ଦ୍ର ଗୌଡ,ସାଧାରଣ ସମ୍ପାଦକ ନଳିନୀ ପାତ୍ର,ସହ-ସମ୍ପାଦକ ଆଦିତ୍ୟ ମହାରଣା,କୋଷାଧ୍ୟକ୍ଷ ସଦାଶିବ ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସମସ୍ତ ବନ୍ଧୁମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିବାବେଳେ, ଆଗାମୀ ଦିନରେ ଏଭଳି ମିଳନ ଆହୁରି ସରସସୁନ୍ଦର ହେବାକୁ ସମସ୍ତଙ୍କ ଆଶା।
ବେଲଗୁଣ୍ଠା ରୁ ନାରାୟଣ ପଣ୍ଡାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା


