କୋରାପୁଟ: ତା -୨୨/୧୨(ବିଏମସି ଟିଭି ଓଡ଼ିଆ)
ଆଜି ଜାତୀୟ ସ୍ତରୀୟ ପରଵର ଶେଷ ରଜନୀ ପରଵ ପଡିଆରେ ଉଦଯାପିତ ହୋଇଯାଇଛି । କୋରାପୁଟ ବିଧାୟକ ରଘୁରାମ ମାଛ ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ଼ମ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ସମେତ ବ୍ଲକ ସମସ୍ତ ଜନ ପ୍ରତିନିଧି ଏଥିରେ ସାମିଲ ହୋଇଥିଲେ । କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଏସପି ରୋହିତ ବର୍ମା ବି ଉପସ୍ଥିତ ଥିଲେ । କାଯ୍ୟକ୍ରମରେ କୋରାପୁଟିଆ ଢେମସା ଠୁ ଧରି ରାଜସ୍ଥାନ ନୃତ୍ୟ ଯାଏଁ ସଂକୃତିକ କାଯ୍ୟକ୍ରମ ଏଠାରେ ପରିବେଷଣ କରାଯାଇଥିବା ବେଳେ ସବୁଠୁ ଚିତାର୍ଷକ ଥିଲା ମୁମ୍ବାଇ ରୁ ଆସିଥିବା ସଚେତ ଓ ପରମ୍ପର । ଙ୍କ ସଂଗୀତ ଗ୍ରୁପ ବିଭିନ୍ନ ପ୍ରକାର ଗୀତ ପରିବେଷଣ କରିଥିବା ବେଳେ ମଧ୍ୟ୍ୟ ରାତ୍ର ଯାଏଁ ଅଗଣିତ ଦର୍ଶକ ଏହି ଶେଷ ରଜନୀ କୁ ମନ ଭରି ଉପଭୋଗ କରିଥିଲେ । ସୂଚନା ଯୋଗ୍ୟ ଚଳିତ ବର୍ଷ ର ଏହି ପରଵ ପରଵ ପଡିଆରେ ଡିସେମ୍ବର 18 ତାରିଖ ରୁ 22ତାରିଖ ଯାଏଁ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ମୂଖ୍ୟ ମନ୍ତ୍ରୀ ଙ୍କ ଠୁ ଧରି ରାଜ୍ୟ ର ବିଭିନ୍ନ ମନ୍ତ୍ରୀ ସଂସଦ ବିଧାୟକ ଜନ ପ୍ରତିନିଧି ମହୋଦୟ କାଯ୍ୟକ୍ରମ ରେ ସାମିଲ ହୋଇଥିଲେ । ସେହିପରି ପାଞ୍ଚଶହ ରୁ ଉର୍ଦ୍ଧ ବିଭିନ୍ନ ପ୍ରକାର ଷ୍ଟଲ ଏଠାରେ ଖୋଲା ଯାଇଥିଲା । ବିଭିନ୍ନ ପ୍ରକାର ପ୍ରତିଯୋଗିତା ର ପ୍ରତିଯୋଗୀ ଙ୍କୁ ଏଠାରେ ପୁରସ୍କୃତ କରାଯାଇଥିଲା ସିମିଲିଗୁଡା ଓ ବନ୍ଧୁ ଗାଁ କୁ ଶ୍ରେଷ୍ଠ ଓ ଜୟପୁର ଓ କୋରାପୁଟ ବ୍ଲକ କୁ ଦ୍ୱତୀୟ ବ୍ଲକ ରୂପେ ପ୍ରଶାସନ ତରଫରୁ ପୁରସ୍କୃତ କରାଯାଇଥିଲା ସେହିପରି ଜିଲ୍ଲା ପ୍ରଶାସନ ସହିତ ଜନ ପ୍ରତିନିଧି ମାନେ ଏ ଉପଲକ୍ଷେ ପରଵ ମଞ୍ଚ ରେ ନାଚିଥିଲେ । ସେହିପରି ପରବ ମଞ୍ଚର ନୂତନ ନାଁ ସହିଦ ଲକ୍ଷ୍ମଣ ନାୟକ ପରବ ମଞ୍ଚ ନୂତନ ରୂପେ ନାମିତ କରାଯାଇଥିଲା ।
କୋରାପୁଟ ଜିଲ୍ଲା ପ୍ରତିନିଧି ଦେବାଶ୍ରିତ ପଟ୍ଟନାୟକଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


