ବ୍ରହ୍ମପୁର:ତା୨୩/୧୨(ବିଏମସି ଟିଭି ଓଡ଼ିଆ)
ଚିକିଟି ସଦଗୁରୁ ଶିକ୍ଷା ନିକେତନ ଇଂଲିଶ ମିଡିୟମ ସ୍କୁଲ ରେ ଚଳିତ ମାସ ତା ୧୮/୧୨/୨୫ ରିଖ ଠାରୁ ତା ୨୦/୧୨/୨୫ ରିଖ ତିନି ଦିନ ଧରି ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ନେଇ ଆଧୁନିକ ଏବଂ ଚିରାଚରିତ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଅଧ୍ୟକ୍ଷ ନରସିଂହ ବେହେରା ଙ୍କ ତତ୍ତ୍ୱ୍ୱାବଧାନରେ କ୍ରୀଡା ଶିକ୍ଷକ ଯୁଧିଷ୍ଠିର ବେହେରା ଏବଂ ବଳରାମ ସାହୁ ଙ୍କ ସମେତ ଶିକ୍ଷକ ଓ ଶିକ୍ଷୟିତ୍ରୀ ( ରଞ୍ଜିତା ସାହୁ, ଲକ୍ଷ୍ମୀ ପଣ୍ଡା, ରଶ୍ମିନ ସାହୁ, ହରପ୍ରିୟା ପ୍ରଧାନ, ଅର୍ଚ୍ଚନା ପ୍ରଧାନ, ଦୀପାଞ୍ଜଳି ପ୍ରଧାନ, ପ୍ରଜ୍ଞା ବେହେରା, ଓ ରୁକ୍କୁଣୀ ବେହେରା ) ଙ୍କ ସହଯୋଗରେ ଏହି କ୍ରୀଡା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପ୍ରତିଯୋଗିତା ର ଶେଷ ଦିନ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ମ୍ୟୁଜିକାଲ ଚେଇର, କବାଡି ଏବଂ ବଲ ଚାମଚ ପ୍ରତିଯୋଗିତା ଶିଶୁମାନଙ୍କୁ ଅତ୍ୟନ୍ତ ଆକର୍ଷଣୀୟ ସହ ପିଲାଙ୍କୁ ଅଧିକ ପ୍ରେରଣା ଦେଇଥିଲା ଏହି ସମୟରେ ଅଭିଭାବକ ଓ ଅଭିଭାବିକାମାନେ ଉପସ୍ଥିତ ରହି ଏହାକୁ ଉପଭୋଗ କରିଥିଲେ।
ବ୍ରହ୍ମପୁର ରୁ କାଳୀ ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


