କୁଡୁମୁଲୁଗୁମ୍ମା: ତା-୨୫/୧୨/(ବିଏମସି ଟିଭି ଓଡ଼ିଆ)
କୁଡୁମୁଲୁଗୁମ୍ମା ଗ୍ରାମ ସଦର ମହକୁମାରେ ଅବସ୍ଥିତ ରାମ ମନ୍ଦିର ପରିସରରେ ତୁଳସୀ ପୂଜନ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶ୍ବହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର କାର୍ଯ୍ୟକର୍ତ୍ତା ମାନେ ସମ୍ମିଳିତ ହୋଇ ରାମ ମନ୍ଦିର ପରିସରରେ ଥିବା ତୁଳସୀ ଗଛର ପୂଜାର୍ଚ୍ଚନା କରିଥିଲେ ।ମୁଖ୍ୟ ପୁଜକ ଗୋପୀନାଥ ଦାସଙ୍କ ପୈରହିତରେ ତୁଳସୀ ବୃକ୍ଷର ବିଧି ବିଧାନ ସହ ପୂଜା କରିଥିଲେ । ଶାସ୍ତ୍ର ଅନୁଯାୟୀ ଏହାର ମହତ୍ୱ ହେଉଛି ଧାର୍ମିକ, ସାଂସ୍କୃତିକ, ସ୍ୱାସ୍ଥ୍ୟ ଏବଂ ପରିବେଶଗତ ସୁଖ- ସୁରକ୍ଷା- ସମୃଦ୍ଧି, ଯାହା ତୁଳସୀଙ୍କୁ ମାତା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କ ପ୍ରିୟା ଭାବରେ ପୂଜା କରିବା, ଘରୁ ଓ ସମାଜରୁ ନକାରାତ୍ମକ ଶକ୍ତି ଦୂର କରିବା ଏବଂ ଶୁଦ୍ଧ ବାୟୁ ପ୍ରଚଳନ ଓ ସକାରାତ୍ମକ ଶକ୍ତି ପ୍ରଦାନ କରିବା । ଏହି ଦିନ ତୁଳସୀ ପୂଜା କରିବା ଦ୍ୱାରା ବୁଦ୍ଧି ବଳ, ଆରୋଗ୍ୟ ଏବଂ ମନୋବଳ ମଧ୍ୟ ବୃଦ୍ଧି ପାଏ ବୋଲି ପୁରାଣରେ ବର୍ଣ୍ଣିତ ଅଛି । ଆଜିର ଏହି ମାଙ୍ଗଳିକ ତୁଳସୀ ପୂଜନ ଅବସରରେ ଅକ୍ଷୟ କୁମାର ହୋତା, ଜ୍ୟୋତି ରଞ୍ଜନ ବେହେରା, ଗଣେଶ ପ୍ରସାଦ ଦାସ, ଭଗବାନ ସାହୁ, ହିମାଂଶୁ ଶେଖର ସ୍ବାଇଁ, ଅର୍ଜୁନ ବୈରାଗୀ,ଅନୁପ କୁମାର ଦାସ, ଜଗନ୍ନାଥ ପୂଜାରୀ, ଅଶୋକ ଆଡ୍ୟ, ପ୍ରଭାକର ବେହେରା, ସନ୍ତୋଷ କୁମାର ସ୍ୱାଇଁ, ରମାକାନ୍ତ ଧାକଡ, ସୁଭମ ସ୍ୱାଇଁ, ମାନସ ବିଶୋଇ, ଚିତ୍ତରଞ୍ଜନ ସାହୁ, ସାରଙ୍ଗଧର ରାଉତ, ଅର୍ଜୁନ ବୈରାଗୀ, ତ୍ରିନାଥ ଫୁଲା, ଦୈତାରୀ ପ୍ରମୁଖଙ୍କ ସହିତ ପାଖନାଗୁଡା,ଗୋଟିଗୁଡା ଓ କୁଡୁମୁଲୁଗୁମ୍ମା ସଙ୍କୀର୍ତ୍ତନ ଦଳ ପ୍ରମୁଖ ଉପସ୍ଥିତ ରହି ସଙ୍କୀର୍ତ୍ତନ ଓ ସହଯୋଗ କରିଥିଲେ ।
ମାଲକାନଗିରି ରୁ ହିମାଂଶୁ ଶେଖର ସ୍ୱାଇଁଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


