କୁଡୁମୁଲୁଗୁମ୍ମା: ତା-୨୫/୧୨(ବିଏମସି ଟିଭି ଓଡ଼ିଆ)
ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଗ୍ରାମରେ ଖଇରପୁଟ ମଣ୍ଡଳ ସ୍ତରୀୟ ଭାରତୀୟ ଜନତା ପାର୍ଟି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପାୟୀଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ବିଜେପି ଖଇରପୁଟ ମଣ୍ଡଳ ସଭାପତି ଜ୍ୟୋତି ରଞ୍ଜନ ବେହେରାଙ୍କ ନେତୃତ୍ୱରେ ହୋଇଥିବା ବେଳେ ଖଇରପୁଟ ମଣ୍ଡଳ ଓବିସି ମୋର୍ଚ୍ଚା ସଭାପତି ସନ୍ତୋଷ କୁମାର ସ୍ୱାଇଁ, କୁଡୁମୁଲୁଗୁମ୍ମା ପଞ୍ଚାୟତ ପ୍ରମୁଖ ଗୋପୀନାଥ ଦାସ, ପରକନମାଳା ପଞ୍ଚାୟତ ପ୍ରମୁଖ ସମରା ଆଦବାରି, କର୍ମୀ ଅଶୋକ ଆଦ୍ୟ , ଅର୍ଜୁନ ବୈରାଗୀ, ଅକ୍ଷୟ କୁମାର ହୋତା, ତ୍ରିନାଥ ପୁଲାଙ୍କ ସହିତ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପାୟୀଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟା ଅର୍ପଣ କରିବା ସହ ଧୂପ ଦେଇଥିଲେ। ମଣ୍ଡଳ ସଭାପତି ଶ୍ରୀ ବେହେରା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପାୟୀଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକର୍ତ୍ତା ମାନେ ବାଜପାୟୀ ଆମର ରହେ, ଭାରତ ମତକି ଜୟ, ବନ୍ଦେ ମାତରଂ ଭଳି ବିଭିନ୍ନ ସ୍ଲୋଗାନ ମାନ ଦେଇଥିଲେ। ଶେଷରେ ମଣ୍ଡଳ ଓବିସି ମୋର୍ଚ୍ଚା ସଭାପତି ଶ୍ରୀ ସ୍ବାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସାଙ୍ଗ କରିଥିଲେ।
ମାଲକାନଗିରି ରୁ ହିମାଂଶୁ ଶେଖର ସ୍ୱାଇଁଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


