ବ୍ରହ୍ମପୁର:ତା- ୨୫/୧୨ (ବିଏମସି ଟିଭି ଓଡ଼ିଆ)
ବ୍ରହ୍ମପୁର ରୋଟାରୀ କ୍ଳବଠାରେ , ଓଡିଶା ସ୍ବେଚ୍ଛାକୃତ ରକ୍ତଦାତା ସଂଗଠନ ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରୌପ୍ୟ ଜୟନ୍ତୀ ପାଳନ ଅବସରରେ ବ୍ରହ୍ମପୁର ରୋଟାରୀ କ୍ଳବ ଗୃହରେ ଏକ ସଭାର ଅୟୋଜନ କରାଯାଇଛି।
ଏଥିରେ ସଂଗଠନର ସଭାପତି ଶ୍ରୀ ବସନ୍ତ କୁମାର ସାହୁ ସଭାପତିତ୍ୱ କରିଥିଲେ। ମୂଖ୍ୟ ଅତିଥି ଭାବେ ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜେସିରକେ, I.A.S. କମିଶନର ବ୍ରହ୍ମପୁର ମୁନିସିପାଲ କର୍ପୋରେସନ, ଯୋଗଦାନ କରିବାଥିଲା କିନ୍ତୁ ଅନିର୍ବାର୍ଯ୍ୟ କାରଣ ବଶତଃ ଯୋଗଦେଇ ପାରିନଥିଲେ। ସମ୍ମାନାନୀୟ ଅତିଥି ଭାବେ ଡ.ସଂଯୁକ୍ତା ପାଣିଗ୍ରାହୀ, ସହକାରୀ ପ୍ରାଧ୍ୟାପକ , ଟ୍ରାନଫୁଉଜନ ମେଡିସିନ ଏମ୍.କେ.ସି.ଜି ମେଡିକାଲ କଲେଜ,
ରୋଟାରିଆନ ଇ.ଭେଙ୍କଟ ଆନନ୍ଦ, ଅଧ୍ୟକ୍ଷ , ରୋଟାରୀ କ୍ଳବ ବ୍ରହ୍ମପୁର, ଫ୍ରେଣ୍ଡସ ହେଲପିଙ୍ଗ କ୍ଳବର ସଭାପତି ଶ୍ରୀ ସତ୍ୟକାମ ପାତ୍ର ଯୋଗ ଦେଇଥିଲେ। ସମ୍ପାଦକ ଚ.ଶିବପ୍ରସଦ ରାଓ ମଂଚାସୀନ ଥିଲେ । ରକ୍ତଦାନପାଇଁ ପ୍ରେରଣା ଓ ଶିବିରର ଆୟୋଜନ କରୁଥିବା ୫୦ ରୁ ଅଧିକ ସଂଗଠନ ଗଂଜାମ ଜିଲ୍ଲା ତଥା ଫୁଲବାଣୀ, ପୁରୀ ଓ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଯୋଗଦେଇଥିଲେ।Asn ଗୁପ୍ତା ସମସ୍ତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।ସର୍ବପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରାଯାଇ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ଓ ଦିବଂଗତ ସଭ୍ୟମାନଙ୍କ ରକ୍ତଦାନପାଇଁ ଅବଦାନକୁ ମନେପକାଇ ଏକ ମିନିଟ ନୀରବତା ଅବଲମ୍ବନ କରାଯାଇ ସ୍ମୃତିଚାରଣ କରାଯାଇଥିଲା।ସଭାପତି ଶ୍ରୀ ସାହୁ ରୋୖପ୍ୟଜୟନ୍ତି ପାଳନ ଅବସରରେ ଦୀର୍ଘ ୨୫ ବର୍ଷର ସଂଗଠନର କାର୍ଯ୍ୟଗୁଡିକ ଯଥା : ରକ୍ତଦାନ ସମ୍ପର୍କରେ ସର୍ବ ସାଧରଣଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ସ୍ଥାନରେ ସଚେତନ ସଭା,ବ୍ଲଡ ଗ୍ରୁପ ନିରୂପଣ , ରକ୍ତଦାନ ଶିବିର କରିବା, ଜିଲ୍ଲା, ରାଜ୍ୟ ଓ ଜାତୀୟ ସମ୍ମିଳନୀ ମାନ କରାଯାଇଥିବା ଜଣାଇଥିଲେ ଏ.ଭି.ବି.ଡି.ପଶ୍ଚିମବଙ୍ଗର ଦିଗଦର୍ଶନରେ ଓ ଅବସରପ୍ରାପ୍ତ ବ୍ଲଡ଼ ବେଙ୍କ ଅଫିସର ଡାକ୍ତର ଭି.ଆର.ରାଜୁଙ୍କ ପ୍ରୋତ୍ସାହନରେ ଓ ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ, ବ୍ରହ୍ମପୁରର ସହଯୋଗରେ ତା୦୨.୦୪.୨୦୦୦ ରେ ସ୍ବେଚ୍ଛାକୃତ ରକ୍ତଦାତା ସଂଗଠନ ଓଡିଶା ଜନ୍ମଲାଭକରିଥିଲା ଓ ଏହା ୨୦୦୪-୦୫ରେ ପଞ୍ଜିକୃତ ହୋଇଛି ବୋଲି ଇ.ଟି.ରାଓ ପୂର୍ବତନ ସଭାପତି ସୁଚାଇଥିଲେ। ଶତକଡା ୧୦୦ ସ୍ବେଚ୍ଛାକୃତ ରକ୍ତଦାନ ପାଇଁ ସତତ ଚେଷ୍ଟାକରିଛି ଓ ଆରମ୍ଭରେ ୨୦୦୩ ମସିହାରେ ୮୫୬ ୟୁନିଟ ଓ ୨୦୦୪ ମସିହାରେ ୧୧୨୨ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଇତିହାସ ସୃଷ୍ଟି କରିପାରିଛି। ଥାଲାସେମିଆ ଓ ସିକ୍କାଲ ସେଲ ଏନେମିଆ ରୋଗୀ ଯେଉଁ ମାନଙ୍କୁ ବର୍ଷରେ ବହୁ ଥର ରକ୍ତ ଦେବାକୁ ପଡିଥାଏ । ସମସ୍ତ ଗରିବ ରୋଗୀଙ୍କ ପାଇଁ ମାଗଣାରେ ରକ୍ତ ଯୋଗାଇବା ପାଇଁ ପ୍ରଶାସନ ନିକଟରେ ଦାବୀରଖିଥିଲା ଯାହା ଫଳରେ ୨୦୦୪ ମସିହାରେ ପ୍ରାକ୍ତନ ଦକ୍ଷିଣାଞ୍ଚଳ ରାଜସ୍ୱ କମିସନର ଅରୁଣ କୁମାର ପଣ୍ଡା ସମସ୍ତ ଥଲାସେମିଆ ଓ ସିକଲ ସେଲ ଏନେମିଆ ରୋଗୀଙ୍କୁ ମାଗଣାରେ ଯୋଗାଇବା ପାଇଁ ଘୋଷଣା କରିଥିଲେ । ଏ.ଭି.ବି.ଡି.ଓଡିଶା ଅଭିନବ ପ୍ରଣାଳୀରେ ବାହାଘରରେ , ମୃତ୍ୟୁକାଳୀନ ଭୋଜିରେ ରକ୍ତଦାନ ଶିବିର ଅନୁଷ୍ଠିତ କରି ଉଦାହରଣ ସୃଷ୍ଟିକରିଛି।ଏହି ସଂଗଠନର ପ୍ରମୁଖ ସଭ୍ୟ ୧୧୭ ଥର ରକ୍ତଦାନ କରିଥିବା ବି.ଲଷ୍ମୀନାରାୟଣ ପାତ୍ର ଓ ୧୦୩ ଥର ଦାନ କରିଥିବା ଇପରୀ ଲଷ୍ମୀକାନ୍ତଙ୍କୁ ରକ୍ତଶ୍ରୀ ଗୌରବରେ ମଣ୍ଡିତ କରିଥିଲା। ସେହିପରି ଦିବଂଗତ ସଭ୍ୟ ରାଜା ସୁରେଶ ଜୀବନରେ ୧୭୮ ଥର ରକ୍ତଦାନ କରିଥିଲେ । ତାଙ୍କର ଅବଦାନ ପାଇଁ ତାଙ୍କ ପରିବାର ସଦସ୍ୟଙ୍କୁ ସମ୍ମାନିତ କରାଯାଇଥିଲା।ସେହିପରି ୧୦ ରୁ ଅଧିକ ସଭ୍ୟ ୫୦ ରୁ ଅଧିକ ରକ୍ତଦାନ ପାଇଁ ସମ୍ନାନିତ କରାଯାଇ ଥିଲା।ସମ୍ମାନିତା ଅତିଥି ଡ.ପାଣିଗ୍ରାହୀ ଏ.ଭି.ବି.ଡି.ଓ ଅନ୍ୟ ସ୍ବେଛାସେବୀ ସଂଗଠନ ମାନଙ୍କ କାର୍ଯ୍ୟ ଯାହାଦ୍ୱାରା ଆଜି ସ୍ବେଚ୍ଛାକୃତ ଭାବେ ରକ୍ତ ମିଳୁଥିବା ଜଣାଇ ଥିଲେ। ରକ୍ତର ପୃଥକୀକର୍ଣ ଯୋଗୁଁ ଜଣେ ରକ୍ତ ଦାତାଙ୍କପାଖରୁ ସଂଗୃହିତ ରକ୍ତ ଅତି କମରେ ୪ ଜଣଙ୍କୁ ଯୋଗାଇ ଦିଆ ଯାଉଛି। ଆରମ୍ଭରୁ ଏ.ଭି.ବି.ଡି.ଓଡିଶା ର କାର୍ଯ୍ୟାବଳୀ ଅନ୍ୟ ସଂଗଠନଙ୍କୁ ପ୍ରେରଣା ଦେଇଥିବା ଜଣାଇଥିଲେ। ଆଜିବି ଆମେ ଶତକଡା ଶହେରୁ ଶହେରେ ପହଞ୍ଚିବାକୁ ଦୂରରେ ଅଛୁ । ଗଂଜାମ ତଥା ଓଡ଼ିଶାର ସମସ୍ତ ସଂଗଠନ ସତତ ଚେଷ୍ଟା କଲେ ଏହା ସମ୍ଭବ ହେବ ବୋଲି କହିଥିଲେ।ଅତିଥି ଏ.ବେଙ୍କଟାନନ୍ଦ ଓ ସତ୍ୟକମ ପାତ୍ର ମଧ୍ୟ ବକ୍ତବ୍ୟ ରଖିଥିଲେ। ପୂର୍ବତନ ସଭାପତି ଜମ୍ମୁଲା ସୁରେଶ, ଭି.ସନ୍ତୋଷ କୁମାର ବକ୍ତବ୍ୟ ରଖିଥିଲେ।ଶେଷରେ ଉପସଭାପତି କେ.ନନ୍ଦେଷୁ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।
ବ୍ରହ୍ମପୁରରୁ କାଳୀ ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


