ସମ୍ବଲପୁର/ଗୋଡଭଗା:ତା.୨୯/୧୨(ବିଏମସି ଟିଭି ଓଡିଆ)
ବରପାଲି ବ୍ଳକ ଆଗଲପୁର ହାଇସ୍କୁଲ ୨୦୧୧ ମସିହା ମାଟ୍ରିକ ବ୍ୟାଚର ପୁରାତନ ଛାତ୍ରଛାତ୍ରୀମାନଙ୍କ ଏକ ବନ୍ଧୁ ମିଳନ ଗାଇଖାଇ ନଦୀବନ୍ଧରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଦିବଂଗତ ସହପାଠୀମାନଙ୍କ ଅମର ଆତ୍ମାର ସଦଗତି କାମନା କରି ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ପୁରାତନ ଛାତ୍ରଛାତ୍ରୀମାନେ ନିଜ ଛାତ୍ର ଜୀବନର ଅଭୁଲା ସ୍ମୃତିକୁ ବଖାଣି ଥିଲେ। ଦୀର୍ଘ ଦିନ ବିତିଗଲା ପରେ ସମସ୍ତେ ଏକଜୁଟ୍ ହୋଇ ବନ୍ଧୁ ମିଳନ ଆୟୋଜନ ମାଧ୍ୟମରେ ସମସ୍ତେ ମିଳିତ ହୋଇଥିବାରୁ ଖୁସିବ୍ୟକ୍ତ କରିଥିଲେ। ଶିକ୍ଷା ଓ ସ୍ବାସ୍ଥ୍ୟ ଉପରେ ଯାହାର କିଛି ଅସୁବିଧା ହେବ ସମସ୍ତେ ଏକଜୁଟ୍ ହୋଇ ଆଗାମି ଦିନରେ ସାହାଯ୍ୟର ହାତ ବଢ଼ାଇବାକୁ ସଙ୍କଳ୍ପ ନେଇଥିଲେ। ବୈଠକଟି ଭାଗ୍ୟବାନ ନାୟକଙ୍କ ସଭାପତିତ୍ବରେ ପରିଚାଳିତ ହୋଇଥିବା ବେଳେ ହେମକାନ୍ତ ସାହୁ ସ୍ବାଗତ ସହ ଧନ୍ୟବାଦ ଜଣାଇଥିଲେ। ସଭାରେ ହାରଧନ ବିଶି, ସୌଦାଗର ବେହେରା, ରାଜୁ ରଣା, ନୀଳମଣି ପାଇକ, ଶରତ ପାଇକ, ଗୋପୀନାଥ ବାଗ, ବନ୍ଧ ଭୋଇ, କେଦାର ନାୟକ, ଖିରେଶ୍ବର ବିଶ୍ବାଳ, ବୁଦ୍ଧଦେବ ବେହେରା, ସାଇପଦ ବାଗ,ବନ୍ଧୁ ଭୋଇ, ଭାଗିରଥ ବେହେରା, ବାସନ୍ତି ସାହୁ, ଯୋଗେଶ, ଜୟପ୍ରତାପ ପ୍ରମୁଖ ସହପାଠି ମାନେ ସମ୍ମିଳିତ ହୋଇଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।
ଗାଇଖାଇ ନଦୀବନ୍ଧରେ ୨୦୧୧ ମାଟ୍ରିକ ବ୍ୟାଚ୍ର ବନ୍ଧୁମିଳନ


