ଆନନ୍ଦପୁର ;ତା-୦୭/୦୧(ବିଏମସି ଟିଭି ଓଡ଼ିଆ)
ସେପଟେ ବିଲ ତଳ ମୁଣ୍ଡକୁ ପାଣି ନାହିଁ , ଏପଟେ ବିଭାଗ ପାଳନ କରୁଛି ପାଣି ପଞ୍ଚାୟତ ସପ୍ତାହ ।ଆନନ୍ଦପୁର ଜଳସମ୍ପଦ ବିଭାଗ ଡାକବଙ୍ଗଳା ପରିଷରରେ ଜଳ ସେଚନ ବିଭାଗ ତରଫରୁ ଆୟୋଜିତ ପାଣି ପଞ୍ଚାୟତ ସପ୍ତାହ ପାଳନ ଅବସରରେ ଏଭଳି କିଛିକହି ବିଭାଗ ଉପରେ ବର୍ଷିଛନ୍ତି ଚାଷୀ ଓ ପାଣି ପଞ୍ଚାୟତ କର୍ମକର୍ତ୍ତା। ଉପଯୁକ୍ତ ସମୟରେ କେନାଲ ର ମରାମତୀ ଅଭାବ ସହ ଦଳ ସଫା ନହେବାରୁ କେନାଲ ପାଣି ତଳ ମୁଣ୍ଡରେ ଥିବା ଚାଷୀର କ୍ଷେତରେ ପହଁଞ୍ଚିପାରୁନାହିଁ ।ସେହିପରି କେନାଲ ରୁ ଦଳ ସଫା କଲେ ତାର ବିଲ୍ ପାଇବାକୁ ବର୍ଷ ବର୍ଷ ଲାଗି ଯାଉଛି ।ଫଳରେ ପାଣି ପଞ୍ଚାୟତ କର୍ମକର୍ତା ମାନେ ବିଭାଗି ଅଧିକାରୀ ଙ୍କ କଥାରେ କାମ କରିବାକୁ ଏବେ ଅନିଚ୍ଛା ପ୍ରକାଶ କରୁଛନ୍ତି ।ଚାଷୀ କୁ କେନାଲ ଯୋଗେ ପାଣି ଯୋଗାଇବାକୁ ଯେଉଁ ଅର୍ଥ ଆସୁଛି ତାହା ବିଭାଗିୟ ସ୍ତରରେ ବାଟମାରଣା ଯୋଗୁଁ ଚାଷୀ କୂଳ ପ୍ରଭାବିତ ହେଉଥିବା ଭଳି ଗୁରୁତର ଅଭିଯୋଗ ହୋଇଛି । ସେପଟେ କିନ୍ତୁ ବିଭାଗିୟ ଭୁଲ୍ କୁ ସ୍ବିକାରା କରିବାକୁ ଅଧିକାରୀ ନାରାଜ୍ ।ବିଭାଗିୟ ଅଧିକାରୀ ଓଲଟା ଚାଷୀ ଙ୍କ ମୁଣ୍ଡରେ ଦୋଷ ଲଦିଛନ୍ତି।କେନାଲ ଉପର ମୁଣ୍ଡର ଚାଷୀ ମାନେ ପାଣି ଅଟକାଇବାରୁ ତଳ ମୁଣ୍ଡର ଚାଷୀ ପାଣି ପାଉନଥିବା ଉତ୍ତର ରଖିଛନ୍ତି ।ସେପଟେ ଆଜିର ଏହି କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥିଭାବେ ଯୋଗ ଦେଇଥିବା ଆନନ୍ଦପୁର ବିଧାୟକ ,ଚାଷୀ ଙ୍କ ହିତକୁ ଦୃଷ୍ଟିରେ ରଖି ସମସ୍ତ ପାଣିପଞ୍ଚାୟତ କର୍ମକର୍ତ୍ତା ଙ୍କସହ ବୈଠକରି ଚାଷୀ କିଭଳି ପାଣି ପାଇବେ ସେଦିଗରେ ବିଭାଗିୟ ଅଧିକାରୀ ଧ୍ଯାନ ଦେବାକୁ ପରାମର୍ଶ ଦେଇଛନ୍ତି।
ଆନନ୍ଦପୁର ରୁ କୈଳାସ ଗୁରୁ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


