ବରଗଡ଼ ; ତା-୦୮/୦୧ (ବିଏମସି ଟିଭି ଓଡ଼ିଆ)
ବରଗଡ଼ ଜିଲ୍ଲା ଝାରବନ୍ଧ ବେହେରାଡୁବୁରୀ ଗ୍ରାମର ଜଣେ ଅନ୍ୟାନ୍ୟ ବ୍ୟକ୍ତିତ୍ୱ ହେଉଛନ୍ତି ବିଶ୍ୱନାଥ ଭୋଇ ( ବୟସ-୨୨) , ସେ ଜଣେ ଦିବ୍ୟାଙ୍ଗ ତଥା ମୁକ ହୋଇ ମଧ୍ୟ ଭାରି ପରିଶ୍ରମୀ ବ୍ୟକ୍ତି ଅଟନ୍ତି। ଆଖପାଖ ଅଞ୍ଚଳରେ ସେ ଜଣେ ରଙ୍ଗ ମିସ୍ତ୍ରୀ ଭାବେ ବେଶ ଜଣାଶୁଣା। ସେ ଭଲରେ କଥା କହି ପାରନ୍ତି ନାହିଁ କି ଠିକ୍ ରେ କଥା ଶୁଣି ପାରନ୍ତି ନାହିଁ , କିନ୍ତୁ ତାହାର ହାତରେ ଯାଦୁ ଅଛି ସେ ଅନେକ ଘରରେ ରଙ୍ଗ ଦେବା, ପୁଟି ମାରିବା, କାନ୍ଥରେ ଚିତ୍ର ଆଙ୍କିଥାନ୍ତି, ସେ ଅନେକ ପ୍ରକାର ଚିତ୍ର କରିବା ସହିତ ମୂର୍ତ୍ତି ମଧ୍ଯ କରିପାରନ୍ତି । ସେ ବହୁତ କମ୍ ମୂଲ୍ୟରେ ସବୁ ପ୍ରକାର ପେଟିଂ କାମ କରିଥାନ୍ତି । ବିଶ୍ବନାଥ ଜଣେ ମୂକ ବଧିର ହୋଇ ମଧ୍ଯ ଭିକ ମାଗେ ନାହିଁ , ନିଜେ କଠିନ କାମ କରି ଗୁଜୁରାଣ ମେଣ୍ଟାଇ ଥାଏ। ତାଙ୍କର ଏଭଳି ପ୍ରଶଂସନୀୟ କାଯ୍ୟ ଯାହା ଆଜିର ମୋବାଇଲ ରିଲ୍ସ ରେ ମାତିଥିବା ଅଳସୁଆ ଯୁବପିଢ଼ି ପାଇଁ ପ୍ରେରଣା ସାଜି ପାରିଛି ।

ଏଣୁ ସେ ସରକାରଙ୍କୁ ଆମ ନ୍ୟୁଜ୍ ଚ୍ୟାନେଲ ମାଧ୍ୟମରେ ନିବେଦନ କରିଛନ୍ତି କି ସରକାରଙ୍କ ତରଫରୁ ଯଦି ତାଙ୍କୁ ଅତ୍ୟଆଧୁନିକ ପେଣ୍ଟିଙ୍ଗ କରିବା ସାମଗ୍ରୀ ଓ ସରକାରି ସହାୟତାରେ ଗୋଟିଏ ରଙ୍ଗ ଦୋକାନ ଖୋଲିବା ପାଇଁ ଇଚ୍ଛା କରୁଛନ୍ତି । ଯଦି କିଛି ସରକାରୀ ଅନୁଦାନ କିମ୍ବା ଅନୁକମ୍ପା ରାଶି ପ୍ରଦାନ କଲେ ନିରୀହ ବିଶ୍ୱନାଥ ଭୋଇ ଉପକୃତ ହୋଇ ପାରିବେ ବୋଲି ଜନସାଧାରଣରେ ଦାବୀ ହେଉଛି ।

ସେ ଅନ୍ୟମାନଙ୍କ ଭଳି ବେକାର ନ ରହି ନିଜର ଉଦ୍ଯମରେ କଠିନ ପରିଶ୍ରମ କରି ଅନ୍ୟମାନଙ୍କର ଉଦାହରଣ ସାଜି ପାରିଛନ୍ତି। ତାଙ୍କର ଏପରି ସାହସିକତା ର କାଯ୍ୟ ଦେଖି ଲୋକମାନେ ତାଙ୍କୁ ଉସ୍ଚାହିତ କରିବା ସହ ତାଙ୍କର ପ୍ରିୟଭାଜନ ହୋଇ ପାରିଛନ୍ତି। ସରକାର ବିଭିନ୍ନ ପ୍ରକାରର ସରକାରୀ ଯୋଜନା ମାଳମାଳ କରୁଥିବା ବେଳେ ଏଭଳି ଜଣେ ଦିବ୍ୟାଙ୍ଗ ଙ୍କ ଉପରେ କେବେ ନଜର ପଡିବ ଓ ସରକାରୀ ସହାୟତା ମିଳିବ, ତାହା ଦେଖିବାକୁ ବାକି ରହିଲା।
ବ୍ୟୁରୋ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।



