ବାଙ୍କୀ ; ତା-୧୧/୦୧ ( ବିଏମସି ଟିଭି ଓଡ଼ିଆ) ବାଙ୍କୀ, ବିଜ୍ଞାପିତ କ୍ଷେତ୍ର ପରିଷଦ ଅନ୍ତର୍ଗତ ଚକାପଦା ଗ୍ରାମର ଭୂତନାଥ ସାହିତ୍ୟ ଓ ସାଂସ୍କୃତିକ ସଂସଦର ଅଷ୍ଟମ ବାର୍ଷିକ ଉତ୍ସବ ଚଳିତ ଜାନୁଆରୀ ମାସ ୨୬ ତାରିଖରେ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଯୁବବନ୍ଧୁ ଭବନଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ପାଖାପାଖି ୧୦ଟି ଜିଲ୍ଲାର କବି ସାହିତ୍ୟିକ, ସମାଜସେବୀ, ସଂଗଠକମାନେ ଉପସ୍ଥିତ ରହି ଅନୁଷ୍ଠାନର ବାର୍ଷିକ ମୁଖପତ୍ର ‘ଗାଁ ର ମହକ ‘ ପତ୍ରିକାର ଉନ୍ମୋଚନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ବୋଲି ସହମତି ପ୍ରକାଶ କରିଛନ୍ତି। ଆବାହକ ଅକ୍ଷୟ କୁମାର ସାମଲଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି ଲଲାଟେନ୍ଦୁ ପଣ୍ଡା, ସମ୍ପାଦକ ବାବୁଲି ରଣାଙ୍କ ସମେତ ଆଧ୍ୟାତ୍ମିକ ପରାମର୍ଶ ଦାତା କୁମାର ଅମୀୟ(ବୁଲୁ ବାବା), ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ବରିଷ୍ଠ ସାହିତ୍ୟିକ କିଶୋର ନୀଳମାଧବ ମିଶ୍ର, ସଂଗଠକ ବିଶ୍ୱ ରଞ୍ଜନ ସ୍ବାଇଁ, ଶଶି ଭୂଷଣ ତ୍ରିପାଠୀ, ଶକୁନ୍ତଳା ମଲ୍ଲିକ, ଅମ୍ରିତ କୁମାର ସାମଲ, ବଳଭଦ୍ର ରଣା, ଶଙ୍କର ନାୟକ, ଅର୍ପିତ୍ କୁମାର ସାମଲ, ରାଣୀ ଶୁକଦେଈ ମହିଳା ଗୋଷ୍ଠୀର ବରିଷ୍ଠ ସଦସ୍ୟା ସବିତା ମଲ୍ଲିକଙ୍କ ସମେତ ସଭ୍ୟା ବାସନ୍ତୀ ମନ୍ତ୍ରୀ, ରାଧାରାଣୀ ମନ୍ତ୍ରୀ, ଭାରତୀ ରାଉତ ଓ ବିନୋଦିନୀ ସାହୁ ପ୍ରମୁଖ ସଂଗଠକ ଉପସ୍ଥିତ ଥିଲେ।

ପ୍ରତିବର୍ଷ ପରି ଚଳିତବର୍ଷ ଜାନୁଆରୀ ମାସ ୨୬ତାରିଖ ସୋମବାର ଦିନ ଦିବା ୯ଘଟିକାରୁ ୧୨ଘଟିକା ପର୍ଯ୍ୟନ୍ତ ରାଜ୍ୟ ସ୍ତରୀୟ କବିତା ଆସର ଓ ପରେ ସମ୍ବର୍ଦ୍ଧନା ସଭା, ବାର୍ଷିକ ପତ୍ରିକା ‘ଗାଁ ର ମହକ ‘ ର ଲୋକାର୍ପଣ ଉତ୍ସବ ଓ ଅତିଥି ମାନେ ନିଜ ନିଜର ସାହିତ୍ୟ ସଂପର୍କରେ ଅଭିଭାଷଣ ପ୍ରଦାନ କରିବା ହେବେ। ବୈଦେଶ୍ୱର ଗ୍ରାମର ବରିଷ୍ଠ ସଂଗଠକ, ସମାଜସେବୀ, ସାରସ୍ବତ ସାଧକ କବି ରବିନାରାୟଣ ମଙ୍ଗରାଜଙ୍କୁ ଚଳିତ ବର୍ଷ ଗାଁ ର ମହକ ସମ୍ମାନରେ ସମ୍ମାନିତ କରାଯିବା ପାଇଁ ନିଷ୍ପତ୍ତି ନିଆଯିବା ସହ ସାରା ରାଜ୍ୟର ୧୦ଜଣ ଆଦର୍ଶ ସାରସ୍ବତ ଓ ସମାଜସେବୀଙ୍କୁ ସମ୍ବର୍ଦ୍ଧିତ କରାଯିବା ନିଷ୍ପତି ନିଆଯାଇଛି। ପରିଶେଷରେ ନିରଞ୍ଜନ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ବାଙ୍କୀରୁ ସୁଶାନ୍ତ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।


