ଚିକିଟୀ ; ତା-୧୨/୦୧ (ବିଏମସି ଟିଭି ଓଡ଼ିଆ)
ଚିକିଟୀ ପେଣ୍ଠ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ସପ୍ତବିଂଶ ବାର୍ଷିକ ଉତ୍ସବ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଚିକିଟୀ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଉପସ୍ଥିତ ରହିଥିବାବେଳେ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟୀର ସଭାପତି ପଟମୁ ରାମରାଓ ସୁବୁଦ୍ଧି ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ କୈଳାଶ ଚନ୍ଦ୍ର ସ୍ୱାଇଁ, ପରିଚାଳନା କମିଟୀର ସମ୍ପାଦକ କୃଷ୍ଣ ଚନ୍ଦ୍ର ସାହୁ ଓ ବିଦ୍ୟାଳୟର ପ୍ରଧାନଚାର୍ଯ୍ୟ କାମଦେବ ବେହେରା ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଦ୍ୱାରା ଦୀପ ପ୍ରଜ୍ୱଳନ ସହିତ ସଭାକାର୍ଯ୍ୟର ଶୁଭାରମ୍ଭ ହୋଇଥିଲା। ସଭାରେ ଉପସ୍ଥିତ ମଞ୍ଚାସିନ ଅତିଥିମାନେ ଶିକ୍ଷାର ଗୁରୁତ୍ୱ, ନୀତିମୂଲ୍ୟ ଓ ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶ ସମ୍ପର୍କରେ ଗଭୀର ଓ ପ୍ରେରଣାଦାୟକ ବକ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ପ୍ରକାଶ କରିଥିଲେ ଯେ- ଶୃଙ୍ଖଳା ହିଁ ଛାତ୍ର ଜୀବନର ଆଦର୍ଶ ହେବା ଆବଶ୍ୟକ। ଶୃଙ୍ଖଳା ମାଧ୍ୟମରେ ହିଁ ଜଣେ ସର୍ବୋଚ୍ଚ ସ୍ଥାନରେ ପହଞ୍ଚି ପାରିବ। ଶତାଧିକ ଅଭିଭାବକଙ୍କ ସହ ଅଞ୍ଚଳର ବହୁ ସଂଖ୍ୟକ ଜ୍ଞାନୀଗୁଣୀ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ପରବର୍ତ୍ତୀ ସମୟରେ ଶିଶୁମାନଙ୍କ ଦ୍ୱାରା ପ୍ରସ୍ତୁତ ରଙ୍ଗିନ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ମନୋହର କରିଥିଲା। ଶେଷରେ ସମ୍ମାନନା ଓ କୃତଜ୍ଞତା ଜ୍ଞାପନ ସହିତ ଏହି ସଫଳ କାର୍ଯ୍ୟକ୍ରମର ଶୁଭ ସମାପ୍ତି ହୋଇଥିଲା।

ବ୍ରହ୍ମପୁର ରୁ ସିଟି ରିପୋର୍ଟର କାଳୀ ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


