ବୋଲଗଡ ; ତା ୧୧/୦୧ (ବିଏମସି ଟିଭି ଓଡ଼ିଆ)
ବୋଲଗଡ ଶିକ୍ଷା ବ୍ଲକ ଅନ୍ତର୍ଗତ ଟାଙ୍ଗୀସାହି ସ୍ଥିତ ରଘୁନାଥ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ଆଲୋକ କୁମାର ସାହୁଙ୍କ ଆବାହକତ୍ୱରେ ୨୦୦୭ ମସିହା ମାଟ୍ରିକ ବ୍ୟାଚର ବନ୍ଧୁମିଳନ ରବିବାର ଦିନ ରଘୁନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବନ୍ଧୁମିଳନ ଉତ୍ସବରେ ପୁରାତନ ଛାତ୍ର ଛାତ୍ରୀ ଓ ସେମାନଙ୍କର ପରିବାର ବର୍ଗ ଯୋଗଦେଇ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରି ଅତୀତର ଅଭୁଲା ସ୍ମୃତିକୁ ମନେ ପକାଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରିଥିଲେ । ଏହି ବନ୍ଧୁମିଳନରେ ଯୋଗଦେଇଥିବା ପୁରାତନ ପ୍ରଧାନ ଶିକ୍ଷକ ବାସୁଦେବ ବେହେରା,ଶିକ୍ଷକ ମଦନ ମୋହନ ପୃଷ୍ଟି ,ଦୁର୍ଯ୍ୟୋଧନ ସୁବୁଦ୍ଧି,,ଶ୍ରୀଧର ନାୟକ ଶିକ୍ଷୟିତ୍ରୀ କବିତା ବରାଳ ଓ ଚତୃଥୀ ଶ୍ରେଣୀ କର୍ମ ଚାରୀ ମାୟାଧର ରାଉଳ, କୁଳମଣି ମଲ୍ଲିକ,ପ୍ରଫୁଲ୍ଲ କୁମାର ପାଇକରାୟ ପ୍ରମୁଖଙ୍କୁ ପୁରାତନ ଛାତ୍ର ଛାତ୍ରୀମାନେ ମଥାରେ ଫୁଲ,ଚନ୍ଦନ ଲଗାଇ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ପ୍ରତ୍ୟେକ ଛାତ୍ର ଛାତ୍ରୀମାନେ ନିଜ ନିଜର ନୀତି ଆଦର୍ଶ,ଗୁରୁଜନ ଓ ପିତାମାତାଙ୍କୁ ଭୁଲି ନଯାଇ ଭଲ ମଣିଷ ହେବା ପାଇଁ ପୁରାତନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପଦେଶ ଦେଇ ଆଶୀର୍ବାଦ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସୁଶାନ୍ତ କୁମାର ପରିଡ଼ା, ପବିତ୍ର କୁମାର ସ୍ୱାଇଁ, ଅଜୟ କୁମାର ବରାଡ଼, ନବ କିଶୋର ସୁବୁଦ୍ଧି , ସତ୍ୟବାଦୀ ବିଶ୍ୱାଳ, ଗଗନ ବିହାରୀ ଗୋଛି ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ । ପରିଶେଷରେ ମାନ ଭଞ୍ଜନ ମୁଣ୍ଡେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ବିଏମସି ନ୍ୟୁଜ୍ ଓଡ଼ିଶା।


