ବୋଲଗଡ଼ ; ତା ୧୩/୦୧ (ବିଏମସି ଟିଭି ଓଡ଼ିଆ)
ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଳକ ଡାବରଧୂଆ ଗ୍ରାମ ପଞ୍ଚାୟତର ବିଶିଷ୍ଟ ସମାଜସେବୀ ଶରତ କୁମାର ପରିଜା ଙ୍କ ୮୮ବର୍ଷ ବୟସରେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ଆଜି ରାଜସୁନାଖଳା ସ୍ଥିତ ସରକାରୀ ଡ଼ାକ୍ତରଖାନାରେ ପରଲୋକ ଘଟିଯାଇଛି। ସ୍ୱର୍ଗତ ପରିଜା ନିଜସ୍ଵ ଦାନରେ ନିଜ ପିତାଙ୍କ ନାମରେ ବାଙ୍କନିଧି ମଧ୍ୟ ଇଂରାଜୀ ବିଦ୍ୟାଳୟ ସ୍ଥାପନ କରିଥିଲେ। ବର୍ତମାନ ଏହି ବିଦ୍ୟାଳୟ ସରକାରଙ୍କ ଅଧୀନକୁ ଯାଇଛି। ଡାବରଧୂଆ ସ୍ଥିତ ଶ୍ୟାମସୁନ୍ଦର ଆଦର୍ଶ ଉଚ୍ଚ ବିଦ୍ୟାଳୟ ପାଇଁ ସେ ଭୂମିଦାନ କରିଥିଲେ।ସସେ ଜଣେ ଲଢ଼ୁଆ କଂଗ୍ରେସ କର୍ମୀ ଏବଂ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସମାଜସେବା ରେ ନିଜକୁ ନିୟୋଜିତ କରିଥିଲେ।ତାଙ୍କ ମୃତ୍ୟୁ ରେ ଏହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ବିଏମସି ନ୍ୟୁଜ୍ ଓଡ଼ିଶା ।


