ବୋଲଗଡ଼ ; ତା-୧୪/୦୧ (ବିଏମସି ଟିଭି ଓଡ଼ିଆ )
ବୋଲଗଡ଼ସ୍ଥିତ ମା” ବୁଢ଼ୀ ଭୂଇଁଆଣୀ ଉର୍ନ୍ନୟନ ପରିଷଦ, ଭୂଇଁଆଣୀ ଦେବୀ ପରିଚାଳନା କମିଟି ଓ ବୋଲଗଡ଼ ଗ୍ରାମବାସୀମାନଙ୍କ ମିଳିତ ସହଯୋଗରେ ବୁଧବାର ଦିନ ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ମା “ବୁଢ଼ୀ ଭୂଇଁ ଆଣୀ ଦେବୀଙ୍କର ପବିତ୍ର ଷଷ୍ଠତମ ବାର୍ଷିକ ମକର ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଅଛି । ଏହି ପବିତ୍ର ମକର ଉତ୍ସବରେ ବିଭିନ୍ନ କଳାକାରମାନଙ୍କ ଦ୍ୱାରା ମନୋରଞ୍ଜନ ଧର୍ମୀ ରଙ୍ଗାରଙ୍ଗ ସାସ୍କୃତିକ କାର୍ଯ୍ୟକ୍ରମ ସହିତ ସଂକ୍ରୀତ୍ତନ, ଦାସକାଠିଆ, ପାଲ୍ଲା, ରାମନାଟକ ପରିବେଷଣ କରାଯାଇଥିଲା । ଉତ୍ସବର ପ୍ରାରମ୍ଭରେ ବରିଷ୍ଠ ପୂଜକ ବସନ୍ତ ପ୍ରଧାନଙ୍କ ଦ୍ୱାରା ଅଧିବାସ, ହୋମଯଜ୍ଞ, ପୂର୍ଣ୍ଣାହୁତି, କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲ! । ଏହି କାର୍ଯ୍ୟକ୍ରମରେ ବହୁ ଶ୍ରଦ୍ଧାଳୁ ଭକ୍ତମାନେ ମା” ବୁଢ଼ୀ ଭୂଇଁ ଆଣୀ ଠାକୁରାଣୀଙ୍କୁ ଦର୍ଶନ କରି କୃପା ଭିକ୍ଷା ଲାଭ କରିଥିଲେ । ଏହି ମକର ଉତ୍ସବ କାର୍ଯ୍ୟକ୍ରମକୁ ମା ” ବୁଢ଼ୀ ଭୂଇଁଆଣୀ ଉର୍ନ୍ନୟନ ପରିଷଦ ଓ ଭୂଇଁଆଣୀ ଦେବୀ ପରିଚାଳନା କମିଟିର ସଦସ୍ୟ ରଘୁନାଥ ଦଳବେହେରା, ବୀରକିଶୋର ଦାସ, ଜୟକୃଷ ପଶ୍ଚିମ କବାଟ, ସନାତନ ପାଟ୍ଟଶାଣି , ଲଲାଟେନ୍ଦୁ କେଶରୀ ସିଂହ, ଗଦାଧର ଚମ୍ପତି, ରାମଚନ୍ଦ୍ର ମାର୍ଥା, ଫକୀର ଫତେସିଂ, ରାଜେନ୍ଦ୍ର ପାଲଟାସିଂହ, ବଳଭଦ୍ର ମାର୍ଥା, ଗୌରାଙ୍ଗ ଚମ୍ପତିଙ୍କ ସମେତ ସମସ୍ତ ସଦସ୍ୟମାନେ ଏବଂ ବୋଲଗଡ଼ ଗ୍ରାମବାସୀମାନେ ଉପସ୍ଥିତ ରହି ସହଯୋଗ କରି ପରିଚାଳନା କରିଥିଲେ ।

ବିଏମସି ନ୍ୟୁଜ୍ ଓଡ଼ିଶା ।


