ବୋଲଗଡ ; ତା-୧୭/୦୧ (ବିଏମସି ଟିଭି ଓଡ଼ିଆ)
ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଫାସିଓଦା ସେବା ସମବାୟ ସମିତି ଲିଃ ପରିସରରେ ଆଜି ଚଳିତ ବର୍ଷର ଖରିଫ ଧାନ ସଂଗ୍ରହ ନିମନ୍ତେ ଧାନମଣ୍ଡି ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜନପ୍ରତିନିଧି, ସମବାୟ ସମିତିର କର୍ମକର୍ତ୍ତା ଓ ବହୁ ସଂଖ୍ୟାରେ ଚାଷୀମାନେ ଯୋଗ ଦେଇଥିଲେ। ଧାନମଣ୍ଡି ଉଦଘାଟନୀ ଉତ୍ସବ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ଧାନ ମଣ୍ଡି ଶୁଭାରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କାର୍ଯ୍ୟନିର୍ବାହୀ ବାଣିଜ୍ୟ ଅଧିକାରୀ ରାଜେନ୍ଦ୍ର ପରିଡ଼ା ଓ ସମ୍ମାନିତ ଅତିଥିଭାବେ ସେବା ସମବାୟ ସମିତି ଲିଃର ସଭାପତି ବାସୁଦେବ ସାମନ୍ତରାୟ,ବ୍ୟାଙ୍କ ପରିଦର୍ଶକ ବିରଞ୍ଚି କୁମାର ମହାପାତ୍ର,ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଧାନମଣ୍ଡି ଉଦଘାଟିନ କରିଥିଲେ । ସେବା ସମବାୟ ସମିତି ଲିଃର ସମ୍ପାଦକ ଭଗବାନ ଖଣ୍ଡେଇ ଚାଷୀମାନଙ୍କୁ ଉପଯୁକ୍ତ ଧାନର ପ୍ରାପ୍ୟ ୩୧୦୦ ଟଙ୍କା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଚଳିତ ବର୍ଷ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ ଟ.୨୩୬୯ ଅନୁଯାୟୀ ଚାଷୀମାନେ ସେମାନଙ୍କ ଧାନ ବିକ୍ରିୟ କରିପାରିବେ ବୋଲି କାର୍ଯ୍ୟ ନିର୍ବାହୀ ବାଣିଜ୍ୟ ଅଧିକାରୀ ରାଜେନ୍ଦ୍ର ପରିଡ଼ା ଘୋଷଣା କରିଥିଲେ ।
ଫାସିଓଦା ସେବା ସମବାୟ ସମିତି ଲିଃ ପକ୍ଷରୁ ଚାଷୀମାନଙ୍କ ପାଇଁ ପାନୀୟ ଜଳ, ବିଶ୍ରାମଗାର ଏବଂ ଧାନ ଓଜନ ପାଇଁ ଆଧୁନିକ ଯନ୍ତ୍ରପାତିର ବ୍ୟବସ୍ଥା କରାଯାଇଛି ବୋଲି ସମବାୟ ସମିତି ଲିଃର ପରିଦର୍ଶକ ବିରଞ୍ଚି କୁମାର ମହାପାତ୍ର ମତ ପ୍ରକାଶ କରିଥିଲେ । କେତେକ ଚାଷୀମାନେ ଧାନମଣ୍ଡି ଟୋକନ ପାଇବାରେ ବିଳମ୍ବ ଓ ମିଲରଙ୍କ ଗାଡ଼ି ଆସିବା ନେଇ ଆଶଙ୍କା ରହି ଅଛି ବୋଲି ସେବା ସମବାୟ ସମିତି ଲିଃ ର ସଭାପତି ବାସୁଦେବ ସାମନ୍ତରାୟ ଅସନ୍ତୋଷ ପ୍ରକାଶ କରିଥିଲେ । “ଆମେ ସମ୍ପୂର୍ଣ୍ଣ ସ୍ବଛତାର ସହ ଧାନ କ୍ରୟ କରିବାକୁ ପ୍ରସ୍ତୁତ ଅଛୁ ଓ ଚାଷୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ
ଟୋକନ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ବୋଲି ସମ୍ପାଦକ ଭଗବାନ ଖଣ୍ଡେଇ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହା ଫଳରେ ସ୍ଥାନୀୟ ଚାଷୀମାନଙ୍କ ମଧ୍ୟରେ ଆନନ୍ଦ ତଥା ଖୁସିର ଲହରୀ ଖେଳିଯାଇଛି ।

ବିଏମସି ନ୍ଯୁଜ ଓଡ଼ିଶା।


