ଅତାବିରା/ବରଗଡ଼ ; ତା.୧୭.୦୧.୨୦୨୬ (ବି ଏମ୍ ସି ଟିଭି ଓଡ଼ିଆ)
ଆଜି ‘ ଶନିବାର ‘ ଦିନ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କାଦୋବାହାଲ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ୧୦ ତମ ‘ମାତୃ କର୍ମ ଶାଳା ‘ ଉତ୍ସବ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଶ୍ରୀମତୀ ଦିପ୍ତିମୟୀ ପଣ୍ଡା (କାଦୋ ବାହାଲ ଅଧ୍ୟାପିକା (ଗୃହବିଜ୍ଞାନ ବିଭାଗ ) ସମ୍ମାନୀତ ଅତିଥି ଭାବରେ ଶ୍ରୀମତୀ ରାଜେଶ୍ଵରୀ ଶତପଥୀ (କାଦୋବାହାଲ ଇତିହାସ ଅଧ୍ୟାପିକା )ଏବଂ ଶ୍ରୀଯୁକ୍ତ ତ୍ରିଲୋଚନ ଭୁଏ CRCC ଅତାବିରା, ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ସୁକାନ୍ତି ସିଂହ ଏବଂ ସଭାଟିକୁ ଆଗେଇନେଇଥିଲେ ସଭାପତି ଶିଖାରାଣୀ ଭୋଏ (ଗୁରୁମା ) ଏବଂ ମଧୁମିତା ମହାକୁର ଗୁରୁମା ଧନ୍ୟବାଦ ଦେଇ ସଭାଟିକୁ ସାଂଗ କରିଥିଲେ।

ଉକ୍ତ ଉତ୍ସବ କୁ ସୂଚାରୂ ରୂପେ ତୁଲାଇ ଥିଲେ ଯଶୋବନ୍ତି ମିଶ୍ର ଗୁରୁମା, ଚୁମକି ଭୁଏ ଗୁରୁମା, ରୀତାଞ୍ଜଳି ସିଂହ ଗୁରୁମା, ପି ସିରିଶା ଗୁରୁମା, ପ୍ରୋମଦିନି କୁମ୍ଭାର ଗୁରୁମା ଉକ୍ତ ଉତ୍ସବରେ ମାଆ ମାନଙ୍କୁ କିପରି ଯତ୍ନ ନେବେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଅଭିଭାଷଣ କରାଯାଇଥିଲା ‘ଏବଂ ମାଆ ମାନଙ୍କର ଝୋଟି, ଗୀତ, ଏବଂ ସଂଗୀତ ଚୌକି ପ୍ରତିଯୋଗୀତା ହୋଇଥିଲା ଯାହାର ମୂଲ୍ୟାଙ୍କନ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ମାନଙ୍କର ଦ୍ୱାରା କରାଯାଇଥିଲା।

ବରଗଡ଼ ରୁ ଜିଲ୍ଲା ପ୍ରତିନିଧି ଦୁର୍ଲ୍ଲଭ ଗଡତିଆଙ୍କ ରିପୋର୍ଟ ବିଏମସି ନ୍ଯୁଜ ଓଡ଼ିଶା।


