ବୋଲଗଡ ; ତା-୧୭/୦୧ (ବିଏମସି ଟିଭି ଓଡ଼ିଆ )
ବୋଲଗଡ ଶିକ୍ଷା ବ୍ଲକ ଖଙ୍ଗୁରିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହରିପୁର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ସାହୁଙ୍କ ସଭାପତିତ୍ୱରେ ଆଜି ଅନୁଷ୍ଠିତ ହୋଇଯାଇଅଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଖୋର୍ଦ୍ଧା ଜିଲ୍ଲା ମଙ୍ଗଳ ଅଧିକାରୀ ଡକ୍ଟର ଗୀତାଂଶୁ ମୋହନ ଦାଶ ଓ ମୁଖ୍ୟବକ୍ତା ଭାବେ ବୋଲଗଡ ବୋଲଗଡ ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ଓ ସମ୍ମାନିତ ଅତିଥିଭାବେ ବୋଲଗଡ ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ତାପସୀ ପ୍ରିୟଦର୍ଶିନୀ,ପୂର୍ବତନ ପ୍ରଧାନ ଶିକ୍ଷକ ଧ୍ରୁଵାନନ୍ଦ ନାୟକ,ସରକାରୀ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦ୍ୟାଭୂଷଣ ତ୍ରିପାଠୀ,ଶିକ୍ଷା ସେତୁ କମିଟି ସଭାପତି କୈଳାଶ ଛାଟୋଇ,ସ୍କୁଲ ପରିଚାଳନା କମିଟି ସଭାପତି ଭାରତୀ ନାୟକ, ଶିକ୍ଷାବିତ୍ ଲିଲି ମିଶ୍ର,ପ୍ରଭାତ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଫୁଲ,ଚନ୍ଦନ ଧୂପ,ଦୀପ ଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ ।

ଉତ୍ସବ ପ୍ରାରମ୍ଭରେ ଶିକ୍ଷୟିତ୍ରୀ ଆରାଧନା ଶତପଥୀ ସ୍ୱାଗତ ସଂଗୀତ ଗାନ କରିଥିଲେ । ଶିକ୍ଷକ ଦେବେନ୍ଦ୍ର ଗିରି ସ୍ୱାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ ଶିକ୍ଷକ ଗୌର ଚନ୍ଦ୍ର ସୁବୁଦ୍ଧି ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଶିକ୍ଷୟିତ୍ରୀ ମିନତୀ ଦଲାଲ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ । ସମସ୍ତ ନିମନ୍ତ୍ରିତ ଅତିଥିମାନେ କୃତୀ ଛାତ୍ର ଛାତ୍ରୀମାନଙ୍କୁ ପ୍ରମାଣପତ୍ର,ଟ୍ରଫିଓ ବିଭିନ୍ନ ପ୍ରକାରର ଶିକ୍ଷଣୀୟ ପୁସ୍ତକ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ରଜନୀ କାନ୍ତ ପୃଷ୍ଟି ଓ ଶିକ୍ଷୟିତ୍ରୀ ବନ୍ଦନା ମାନ୍ଧାତା ସଂଯୋଜନା କରି ସହଯୋଗ କରିଥିଲେ ।

ସମସ୍ତ ଛାତ୍ର ଛାତ୍ରୀମାନେ ମା’ ମାଟି,ମାତୃଭାଷା, ବିଦ୍ୟାଳୟ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଭୁଲି ନ ଯାଇ କଠିନ ପରିଶ୍ରମ କରି ଭଲ ମଣିଷ ହେବାକୁ ମୁଖ୍ୟ ଅତିଥି ଡ଼କ୍ଟର ଗୀତାଂଶୁ ମୋହନ ଦାଶ ଛାତ୍ର ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଶିକ୍ଷୟିତ୍ରୀ ବନ୍ଦନା ମାନ୍ଧାତାଙ୍କ ନୃତ୍ୟ ନିର୍ଦେଶନାରେ ଛାତ୍ର ଛାତ୍ରୀମାନେ ମନୋରଞ୍ଜନ ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରିଥିଲେ । ପରିଶେଷରେ ଶିକ୍ଷୟିତ୍ରୀ ସ୍ଵାଗତିକା ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଏମସି ନ୍ଯୁଜ ଓଡ଼ିଶା ।


