ବ୍ରହ୍ମପୁର:ତା -୧୮/୦୧(ବିଏମସି ଟିଭି ଓଡ଼ିଆ)
ଗୋସାଇଁ ନୂଆଗାଁ ଗୋପାଳକୃଷ୍ଣ ରଙ୍ଗମଞ୍ଚ ଠାରେ ରବିବାର ଓଡ଼ିଶା ଚିତ୍ରାଳୟ ମାଲିକ ମହାସଂଘ ନୟାଗଡ଼ ର ୨୧ ତମ ବାର୍ଷିକ ଉତ୍ସବ ୨୦୨୬ ସଭାପତି ନାରାୟଣ ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି ।ଏହି ଅବସରରେ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଜିଲ୍ଲା ପରିଷଦ ଅଧକ୍ଷ ସୁରଥ ପ୍ରଧାନ, ଗଂଜାମ ଜିଲ୍ଲା ଦଣ୍ଡକାଳୀ ମହାସଂଘ ସଭାପତି ବ୍ରଜ ସୁନ୍ଦର ମଳିକ, ଗଂଜାମ ସଂଘ ସଭାପତି ଦିଲିପ କୁମାର ସାମନ୍ତରା , ସଚିବ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ଉପଦେଷ୍ଟା ବିଜୟ କୁମାର ସାହୁ, ମୀନକେତନ ମହାପାତ୍ର, ନୟାଗଡ଼ ସଭାପତି ଭିମସେନ ବେହେରା, ଧ୍ରୁବ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ ଥିଲେ। ସଂଘ ସଚିବ ଆଚାର୍ଯ୍ୟ ସଂପାଦକୀୟ ବୀବରଣୀ ପାଠ କରିଥିବା ବେଳେ ଏଠାରେ ଅତିଥି ମାନଙ୍କ ଦ୍ଵାରା ନୂତନ ବର୍ଷ ର କ୍ୟାଲେଣ୍ଡର ଉନ୍ମୋଚିତ କରାଯାଇଥିଲା। ପରେ ସୁରଥ ଚନ୍ଦ୍ର ପ୍ରଧାନ, ବ୍ରଜ ସୁନ୍ଦର ମଳିକ, ବିଜୟ କୁମାର ସାହୁ, ମୀନକେତନ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଚିତ୍ରାଳୟ କର୍ମଚାରୀ ଚିତ୍ତରଞ୍ଜନ ଦଳାଇ,ତେଜରାଜ ପ୍ରଧାନ,ଉତ୍ତରାଶି ପ୍ରଧାନ, ବଳରାମ ନାହାକ, କବିରାଜ ପ୍ରଧାନ, ମୂରଲୀଧର ଦାସ, ଟୁନା ଜେନା,ଓ ଶିବରାମ ପ୍ରଧାନ ଙ୍କୁ ଅନୁରୁପ୍ ସମ୍ମାନିତ କରାଯାଇଥିଲା । ସଂଘ ୨୧ ବର୍ଷ ଧରି ଦୃଢ଼ତାର ସହିତ ରହିଥିବାରୁ ସଂଘକୁ ଭୂୟସୀ ପ୍ରଶଂସା କରିଥିଲେ।ଦଣ୍ଡନାଚରେ ଅଶ୍ଳୀଳ ବିହିନ ସାମାଜିକ ନାଟକ ପରିବେଷଣ ପାଇଁ ଅନୁମତି ଦେବାକୁ ସଂଘ ତରଫରୁ ପ୍ରଶାସନ ଙ୍କୁ ନିବେଦନ କରାଯାଇଥିଲ।ଏଠାରେ ସାମ୍ୱାଦିକ ତଥା କଣ୍ଠଶିଳ୍ପୀ ସୁଦୀପ କୁମାର୍ ସାହୁ, ନବ କିଶୋର ମହାପାତ୍ର, ମଧୁସ୍ମିତା ଦାସ, ସୁନିର ବିଶ୍ୱାସ,ଅଜୟ ପ୍ରମୁଖ ସଙ୍ଗୀତ ଗାନ କରିଥିବାବେଳେ ସମସ୍ତ କଣ୍ଠ ଶିଳ୍ପୀ ଙ୍କୁ ସମ୍ମାନିତ କରାଯାଇଥିଲା ।ଶେଷରେ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।
ବ୍ରହ୍ମପୁରରୁ କାଳି ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


