ବେଲଗୁଣ୍ଠା: ତା -୨୦/୦୧(ବିଏମସି ଟିଭି ଓଡ଼ିଆ)
ବେଲ୍ଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ପ୍ରତାପ ଲକ୍ଷ୍ମଣପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୯ମ ବାର୍ଷିକ କ୍ରୀଡା ଉଦଯାପନୀ ଉତ୍ସବ ଅନୁଷ୍ଠାନ ଅଧ୍ୟକ୍ଷ ମାନସ ରଞ୍ଜନ ଡାକୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଭଞ୍ଜନଗର ବ୍ୟାଙ୍କ ଅଫ ଇଣ୍ଡିଆର ଶାଖା ପରିଚାଳକ ମୋହିତ ରଞ୍ଜନ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ପାଇଲିପଡା ବ୍ୟାଙ୍କ ଅଫ ଇଣ୍ଡିଆର ଶାଖା ପରିଚାଳକ ସତ୍ୟବାନ ପୋଢ଼ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କ୍ଷତ୍ରିୟବରପୁର କ୍ଲଷ୍ଟର ସିଆରସିସି ଛାୟାକାନ୍ତ ମହାପାତ୍ର , ଅବସର ପ୍ରାପ୍ତ ଶିକ୍ଷକ ସନାତନ ନାୟକ, ଅବସର ପ୍ରାପ୍ତ ଶିକ୍ଷକ ସୀତାକାନ୍ତ ତ୍ରିପାଠି ଯୋଗଦେଇଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ କ୍ରୀଡା ସଂଯୋଜକ ସନ୍ତୋଷ କୁମାର ଗୌଡ଼ଙ୍କ ତତ୍ତ୍ୱାବଧାନରେ ପ୍ରଣୀତ ସାହୁ, ହରିପ୍ରୀୟା ବେହେରା, ସ୍ବର୍ଣ୍ଣଲତା ସାହୁ , ଅମରେନ୍ଦ୍ର ବେହେରା , ପ୍ରାଚିପ୍ରଭା ନାୟକ , ରୋଜାଲିନ ସ୍ୱାଇଁ, ଲିପିକା ମଞ୍ଜରୀ ବେହେରା, ସୌରଭ ନାୟକ , ଦେବସ୍ମିତା ପ୍ରଧାନ, ସ୍ୱର୍ଣ୍ଣପ୍ରଭା ପରିଡ଼ା, ଆକାଶ କୁମାର ବେହେରା , ଶଙ୍କର ରେଡ୍ଡୀ, ସୁଶାନ୍ତ ପୃଷ୍ଟି, ପଦ୍ମିନୀ ମିଶ୍ର, ପ୍ରଜ୍ଞାସ୍ମିତା ଦାସ , ପ୍ରଶାନ୍ତ ବାଡତ୍ୟା, ସୁଧାଂଶୁ ପରିଡ଼ା, ଲକ୍ଷ୍ମଣ ନାୟକ, ରାମ ଚନ୍ଦ୍ର ନାୟକ, ସୁନିତା ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ ।
ବେଲଗୁଣ୍ଠା ରୁ ନାରାୟଣ ପଣ୍ଡାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


