ବାଙ୍କୀ: ତା-୨୩/୦୧(ବିଏମସି ଟିଭି ଓଡ଼ିଆ)
ଚାରିଆଡେ ପର୍ଯ୍ୟଟନ ଋତୁ ଚାଲିଥିଲା ବେଳେ ସିଦ୍ଧେଶ୍ୱେର ନାଟ୍ୟ ସଂସଦ ମଠ ଗ୍ରୁପ ତରଫରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ଅଂଶୁପା ଠାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ପରିବାର ର ସମସ୍ତ ସଦସ୍ୟ ଅଂଶ ଗ୍ରହଣ କରିଥିଲେ। ହସ ଖୁସିରେ କଟିଥିଲା ସମସ୍ତ ଙ୍କ ସମୟ.ଅଂଶୁପା ପାର୍କ ରେ ବୁଲାବୁଲି କରି ମଜା ଉଠେଇଥିଲେ ମହିଳା ଓ ଶିଶୁ ମାନେ. ରାଇ ଚରଣ ବେହେରା ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ। ଏହି ସଂଗଠନ କିପରି ମଜଭୁତ ହୋଇ ଆଗକୁ ବଢିବ ସେ ବିଷୟରେ ବରିଷ୍ଠ ସଦସ୍ୟ ସୁଶାନ୍ତ ଶେଖର ସ୍ୱାଇଁ ସମସ୍ତ ଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟ ଉପଦେଷ୍ଟା ଅଜୟ କୁମାର ରାଉତ ସମସ୍ତ ଙ୍କ ସୁଖ ଦୁଃଖ ରେ ଠିଆ ହୋଇ ସହଯୋଗ କରିବ ସହିତ ଭାଇ ଚାରା ସୃଷ୍ଟି କରିବା ପାଇଁ ସମସ୍ତ ଙ୍କୁ ପରାମର୍ଶ ଦେଇଥିଲେ। ପ୍ରତିବର୍ଷ କିପରି ବନ୍ଧୁ ମିଳନ ଆହୁରି ସୁନ୍ଦର ହେବ ସେ ବିଷୟରେ ସମସ୍ତ ଙ୍କୁ ବୁଝାଇ ଥିଲେ। ଆଜିର ବନ୍ଧୁ ମିଳନ ଆୟୋଜନ ର ମୁଖ୍ୟ ଅକ୍ଷୟ କୁମାର ନାୟକ, ସୂର୍ଯ୍ୟକାନ୍ତ ନାୟକ ଚିନ୍ମୟ ସ୍ୱାଇଁ, ପ୍ରବୀଣ କୁମାର ସ୍ୱାଇଁ ଓ ନିଲୁ ସ୍ୱାଇଁ ଙ୍କୁ ସମସ୍ତେ ଧନ୍ୟବାଦ ଦେଇ ଥିଲେ। ସୂର୍ଯ୍ୟକାନ୍ତ ଭୂୟାଁ, ଜ୍ଞାନ ରଞ୍ଜନ ନାୟକ ସୁଜ୍ଞାନ ରଞ୍ଜନ ନାୟକ, ସଞ୍ଜୟ ନାୟକ ଗୁରୁପ୍ରସାଦ ରାଉତ,ତନ୍ମୟ ନାୟକ,ବିଭୂଦୁତ୍ତ ସ୍ୱାଇଁ ଓ ହୃଦୟ ରଞ୍ଜନ ସ୍ୱାଇଁ ଉପସ୍ଥିତ ଥିଲେ. ଆଜିର ସଭାକାର୍ଯ୍ୟ ସୁଶାନ୍ତ କୁମାର ନାୟକ ପରିଚାଳନା କରିଥିଲେ। ସର୍ବ ଶେଷ ରେ ଭୋଜି ଭାତ ଖାଇ ମଜା ମସ୍ତି କରି ଘରକୁ ଫେରିଥିଲେ ।
ବାଙ୍କୀ ରୁ ସୁଶାନ୍ତ କୁମାର ନାୟକଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


