ଅତାବିରା/ବରଗଡ଼:ତା-୨୨/୦୧(ବିଏମସି ନ୍ୟୁଜ ଓଡ଼ିଆ)
ଗତକାଲି ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ସୋଢାପାଲି ଗ୍ରାମର ଗୌନ୍ତିଆ ଶ୍ରୀ ଦଧିବାବନ ଶତପଥୀ ଙ୍କ ନିମନ୍ତ୍ରଣ କ୍ରମେ ଗ୍ରାମରେ ଶିବମନ୍ଦିର ଓ ସମଲେଶ୍ଵରୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିବା ଅତିଥି ମାନଙ୍କ ଗହଣରେ ମହିଳା କୀର୍ତ୍ତନ ଗାୟିକା ଶ୍ରୀମତୀ ଭାରତୀ ଖମାରୀ ଙ୍କୁ ନାଟ୍ୟକାର ନକୁଳ ବାଦୀ ଙ୍କ ପୁସ୍ତକ “ନାଟକ ଚୌରା” ସମର୍ପଣ କରାଯାଇଥିଲା । ଏଥିରେ ସର୍ବଶ୍ରୀ ସନ୍ତୋଷ କୁମାର ପଣ୍ଡା, କୃଷ୍ଣ ଚନ୍ଦ୍ର ପଣ୍ଡା, ଲୁଲୁ ରବିନ ଦାସ ଓ ତୁଳସୀ ଚରଣ ଦାଶ ଯୋଗଦେଇ ପୁସ୍ତକ କୁ ପ୍ରଶଂସା କରିଥିଲେ ।ଶେଷରେ ଶ୍ରୀମତୀ ଭାରତୀ ଙ୍କ ସ୍ବମୀ କୃଷ୍ଣ ଚନ୍ଦ୍ର ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ ।
ବରଗଡ଼ ରୁ ଜିଲ୍ଲା ପ୍ରତିନିଧି ଦୁର୍ଲ୍ଲଭ ଗଡତିଆଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


