ବେଲଗୁଣ୍ଠା: ତା -୨୩/୦୧(ବିଏମସି ଟିଭି ଓଡ଼ିଆ)
ବେଲଗୁଣ୍ଠା ସ୍ଥିତ ପଟେଲ ରୋଡ଼ ପ୍ରାଥମିକ ବିଦ୍ୟାଳୟରେ ଦୁଇଦିନିଆ କ୍ଳଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହା ଉଢୁରା କ୍ଳଷ୍ଟର ସିଆରସିସି ରମେଶଚ଼ନ୍ଦ୍ର ପାଣିଗ୍ରାହୀଙ୍କ ଦ୍ଵାରା ପରିଚାଳିତ ହୋଇଥିଲା । ଏଥିରେ ପ୍ରଥମ ଦିବସରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରତିଭା କୁମାରୀ ରଥ ଓ ସନ୍ତୋଷ କୁମାର ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କର୍ମଶାଳାର ଶୁଭ ଆରମ୍ଭ କରିଥିଲେ । ଦ୍ୱିତୀୟ ଦିବସରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥ ଯୋଗ ଦେଇଥିଲେ । ଏଥିରେ ୧୦ଟି ବିଦ୍ୟାଳୟର ଜଣେ ଜଣେ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତିରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଶିକ୍ଷଣ ସାମଗ୍ରୀଗୁଡିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନକୁ ଆଧାର କରି ପ୍ରସ୍ତୁତି କରାଯାଇଥିଲା । ପ୍ରଧାନଶିକ୍ଷୟିତ୍ରୀ ଗାୟତ୍ରୀ ବେହେରା,
ସହକାରୀ ଶିକ୍ଷୟତ୍ରୀ ଅଳକା ପ୍ରଧାନ, ସହକାରୀ ଶିକ୍ଷୟତ୍ରୀଶିବ ରଞ୍ଜନୀ ସାହୁ,ସହକାରୀ ଶିକ୍ଷକ ଦେବୀ ପ୍ରସାଦ ନାୟକ ,ଉପଦେଷ୍ଟା ଭି ଦେବୀ ପ୍ରସାଦପାତ୍ର,ଗୋଷ୍ଠୀସହଯୋଗୀ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ବେଲଗୁଣ୍ଠା ରୁ ନାରାୟଣ ପଣ୍ଡାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


