ବେଲଗୁଣ୍ଠା; ତା-୨୩/୦୧(ବିଏମସି ଟିଭି ଓଡ଼ିଆ)
ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ବିରିପୁର ଗ୍ରାମରେ ଶ୍ରୀ ବିନାୟକ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଆସନ୍ତା ଫେବ୍ରୁୟାରୀ ମାସ ଚବିଶି ତାରିଖରୁ ଅଠେଇଶ ତାରିଖ ପର୍ଯ୍ୟନ୍ତ ଚବିଶି ପ୍ରହରୀ ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ ହେବ । ଏହା ସହିତ ଘୃତ ଯଜ୍ଞ ଏବଂ ଅନ୍ନ ଯଜ୍ଞ ମଧ୍ୟ ଅନୁଷ୍ଠିତ ହେବ । ଏହି ପ୍ରରିପ୍ରେକ୍ଷୀରେ ଆଜି ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଗ୍ରାମରେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି । ଏହି ଅବସରରେ ପାରମ୍ପରିକ ବାଦ୍ୟ ବାଜଣା, ଗିନି,ମୃଦଙ୍ଗ ଆଦି ପଟୁଆରରେ ଶୁଭଖୁଣ୍ଟିକୁ ଯଜ୍ଞ ସ୍ଥଳକୁ ଅଣାଯାଇ ପୂଜାର୍ଚ୍ଚନା କରାଯାଇ ପୋତା ଯାଇଥିଲା । ହରିବୋଲ ହୁଳୁହୁଳି ରେ ଗ୍ରାମ ପ୍ରକମ୍ପିତ ହୋଇଥିଲା । କାର୍ଯ୍ୟକ୍ରମରେ ଗ୍ରାମବାସୀ ସହଯୋଗ କରିଥିଲେ ।
ବେଲଗୁଣ୍ଠା ରୁ ନାରାୟଣ ପଣ୍ଡାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


