ରାୟଗଡା: ତା -୨୫/୦୧(ବିଏମସି ନ୍ୟୁଜ ଓଡ଼ିଶା)
ରାୟଗଡ: ସ୍ଥାନୀୟ ବରିଷ୍ଠ ନାଗରିକ କାର୍ଯ୍ୟାଳୟରେ ରାୟଗଡ ଜିଲ୍ଲା ବିକାଶ ମଞ୍ଚର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା l ମଞ୍ଚର ସଭାପତି ଶ୍ରୀ ଦୟାନନ୍ଦ ଖାଡ଼ଙ୍ଗାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ବୈଠକ ପ୍ରାରମ୍ଭରେ ସଭାପତି ଶ୍ରୀ ଖାଡ଼ଙ୍ଗା ରାୟଗଡ ଜିଲ୍ଲା ବିକାଶ ମଞ୍ଚର ବିଗତ ପାଞ୍ଚ ବର୍ଷ ମଧ୍ୟରେ କରାଯାଇଥିବା ଦାବୀ ଗୁଡିକ ଉପରେ ବିବରଣୀ ପ୍ରଦାନ କରିଥିଲେ l ଉକ୍ତ ବୈଠକରେ ନୂତନ ସଦସ୍ୟ ଗ୍ରହଣ କରାଯିବା ସହ ଆଗାମୀ ଦିନରେ ଜିଲ୍ଲାର ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇ କଣ ସବୁ ପଦକ୍ଷେପ ନେବା ଆଲୋଚନା କରାଯାଇଥିଲା । ଏହି ଅବସରରେ ରାୟଗଡ ଜିଲ୍ଲା ବିକାଶ ମଞ୍ଚର ସମ୍ପାଦକ ଶ୍ରୀ ସୁନୀଲ କୁମାର ପାଢ଼ୀ, କୋଷାଧକ୍ଷ ଶ୍ରୀ ସୁରେଶ ସାହୁ, ଉପଦେଷ୍ଟା ଶ୍ରୀ ନନ୍ଦ କିଶୋର ଚୌଧୁରୀ ଏବଂ ଶ୍ରୀ ଟି. ଭି. ଏନ. ଆର. ଆପାରାଓ, ସଭ୍ୟ ଶ୍ରୀ ଟି. ନାଗେଶ୍ୱର ରାଓ, ଅଶୋକ ମହାରଣା, ଏମ. ଶଙ୍କର ନାଇଡୁ, ମନୋଜ କୁମାର ସାହୁ, ଜି. ବ୍ରହ୍ମlଜି ରାଓ, ପି. ହେମନ୍ତ, ଜି. କାର୍ତ୍ତିକ କୁମାର, ସରୋଜ କୁମାର ସାହୁ, ଗଣେଶ କୁମାର ସାହୁ, ବିପିନ ବିହାରୀ ବିଶ୍ୱାଳ ଓ ରାଜୁ ନାୟକ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ରାୟଗଡା ରୁ ରଞ୍ଜନ କୁମାର ମହାନ୍ତିଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


