ବ୍ରହ୍ମପୁର: ତା -୨୯/୧ (ବିଏମସି ଟିଭି ଓଡିଆ)
ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବ୍ରଜନଗର ଠାରେ ୭୭ ତମ ଗଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି। ଏହି ଅବସରରେ କମିଟିର ଉପଦେଷ୍ଟା ଏମ୍ ତାରେକେଶ୍ୱର ଦୋରା ପତାକା ଉତ୍ତୋଳନ କରିଥିଲେ। କମିଟିର ବଶିଷ୍ଠ ଉପଦେଷ୍ଟା ପ୍ରଫେସର ଡ ରଙ୍ଗନାଥ ମିଶ୍ର ଏହି ଦିବସ ପାଳନର ସ୍ଵତନ୍ତ୍ରତା ଓ ମହତ୍ତ୍ଵ ଦୃଷ୍ଟିରୁ ଆମର ବର୍ତ୍ତମାନର ଶାସନ ବ୍ୟବସ୍ଥାରେ ସମ୍ବିଧାନର ଓ ଆଇନର ବ୍ୟବସ୍ଥାକୁ ଅନୁସରଣ କରି ଦେଶ ଓ ସମାଜକୁ ଶସକ୍ତ କରି ସୁନାଗରିକ ରାଷ୍ଟ ଗଠନ କରିବା ଆମର ଧେୟ ହେବା ଉଚିତ୍ । ଏହି ଅବସରରେ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ କହିଥିଲେ ଯେ ଏକଦା ଏକ ଅଗ୍ରଣୀ ସହର ରୁପେ ପରିଗଣିତ ହେଉଥିବା ଆମ ବ୍ରହ୍ମପୁର କୁ ତାହାର ହୃତ୍ ଗୌରବ ଫେରେଇ ଆଣି ଏକ ସମୃଦ୍ଧିସାଳି ଓ ବିକଶିତ ସହରରେ ପରିଣତ କରିବାକୁ ସଂଗଠନ ଯେଉଁ ଲକ୍ଷ୍ୟ ରଖିଛି ଆମ ସମସ୍ତଙ୍କ ଯୋଗଦାନ ଓ ସହଯୋଗ ଦ୍ଵାରା ତାହାକୁ ବାସ୍ତବରେ ପରିଣତ କରିବାକୁ ଆହ୍ଵାନ ଦେବା ସହ ଏହି ସ୍ୱତନ୍ତ୍ରତା ଦିବସ ଆମକୁ ପ୍ରେରଣା ଦେଇ ଥାଏ ବୋଲି କହିଥିଲେ। ସନାତନ ଧର୍ମର ବିଶେଷତା ଆମର ସମ୍ବିଧାନ ପ୍ରଣୟନର ଉତ୍ସ ତେଣୁ ଭାରତକୁ ଏକ ହିନ୍ଦୁ ରିପବ୍ଲିକ ଅଫ ଭାରତରେ ପରିଣତ କରିବାର ସମୟ ଆସିଯାଇଛି ବୋଲି ବକ୍ତା ମାନେ କହିଥିଲେ। ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ଉପ ସଭାପତି ଦେବୀ ପ୍ରସାଦ ଦାସ, ସାଧାରଣ ସମ୍ପାଦକ ଡ ଶିବ ପ୍ରସାଦ ମିଶ୍ର,କାର୍ଯ୍ୟାଳୟ ସମ୍ପାଦକ ଦିଗାମ୍ବର ସାମନ୍ତରାୟ,, ସଂଗଠନ ସମ୍ପାଦକ ଶ୍ରୀକାନ୍ତ ପାଣିଗ୍ରାହୀ,ସହ ସଂଗଠନ ସମ୍ପାଦକ ଅଜିତ୍ କୁମାର ପଟ୍ଟନାୟକ, ସହ ସମ୍ପାଦକ ବି ଭି ସାଗର, ଯୁଗ୍ମ ସମ୍ପାଦକ ଟି ସୁଦେଶ କୁମାର ପାତ୍ର,ସଂଯୋଜକ ସି ଏଚ ରାମକ୍ରିଷ୍ଣା ଦାସ, ସହ ସଂଯୋଜକ ଶ୍ରିମନ୍ତ ପାଣିଗ୍ରାହୀ, ଉପ ସଂଯୋଜକ ଅନିଲ ଅଧିକାରୀ, ଲକ୍ଷ୍ମୀ କାନ୍ତ ଜେନା ଏବଂ ଉପଦେଷ୍ଟା କାଳିନ୍ଦୀ ଚରଣ ନାୟକ, ପ୍ରମୋଦ କୁମାର ପାଢ଼ୀ, ବିଶ୍ଵନାଥ ବେହେରା, ଗରୀବ ବନ୍ଧୁ ପାଣିଗ୍ରାହୀ, ପି କେ ଦାସ, ସୁବାଷ ଚନ୍ଦ୍ର ପାତ୍ର, ବିଷ୍ଟ୍ନୁ ସାହୁ, ଅର୍ଜୁନ ସାହୁ, ବି ସୁଦର୍ଶନ ପାତ୍ର, କୁମାରସ୍ୱାମି ପାତ୍ର, ପୂର୍ଣ୍ଣ ଚନ୍ଦ୍ର ବେହେରା, ଜୀତେନ୍ଦ୍ର କୁମାର ପାଢ଼ୀ,ସନ୍ତୋଷ କୁମାର ସାହୁ, ସମିରା ପଟ୍ଟନାୟକ , ସରିତା ପଟ୍ଟନାୟକ , ବି କୋମଳି, ସୁଶାନ୍ତ କୁମାର ରଣା, ଶିବାନୀ ପଟ୍ଟନାୟକ , କାତାୟନି ପଟ୍ଟନାୟକ , ୟୁ ୱାନ, ସ୍ନେହା ପାଣିଗ୍ରାହୀ, ସଂସ୍କୃତି, ଦିବ୍ୟା, ସୁରେନ୍ଦ୍ର ନାଥ ପାଣିଗ୍ରାହୀ, ସିମାଞ୍ଚଳ ପଟ୍ଟନାୟକ , ଲିଙ୍ଗା ମୂର୍ତ୍ତି, କେ ସି ଏଚ ଷଡ଼ଙ୍ଗୀ , ପ୍ରମୋଦ ପଟ୍ଟନାୟକ , ଯୋଗିନ୍ଦ୍ର ବକ୍ସି, ବିଶ୍ଵନାଥ ବେହେରା , ଲିଙ୍ଗରାଜ ସାହୁ ଓ ହିମାଂଶୁ ସାହୁ ପ୍ରମୁଖ ବହୁ ସଦସ୍ୟ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ଛୋଟ ଛୋଟ ପିଲା ମାନେ ଗୀତ, ନାଚ ସହ ବକ୍ତୃତା ପ୍ରଦାନ କରିଥିଲେ। ପରିଶେଷରେ ସମସ୍ତଙ୍କ ନିମନ୍ତେ ଜଳ ପାନ ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।ସଞ୍ଜୀବ କୁମାର ପଟ୍ଟନାୟକ, ସଭାପତି, ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି, ବ୍ରହ୍ମପୁର।
ବ୍ରହ୍ମପୁର ରୁ ସିଟି ରିପୋର୍ଟର କାଳୀ ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


