ବୋଲଗଡ ; ତା-୩୦/୦୧ (ବିଏମସି ଟିଭି ଓଡ଼ିଆ)
ବୋଲଗଡ ଶିକ୍ଷା ବ୍ଲକ ଅନ୍ତର୍ଗତ ସାନପଦର ସ୍ଥିତ ଭକ୍ତ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟର ୪୩ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋସ୍ନାରାଣୀ ବେହେରାଙ୍କ ସଭାପତିତ୍ୱରେ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଅଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ, ମୁଖ୍ୟବକ୍ତାଭାବେ ବୋଲଗଡ ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ଓ ସମ୍ମାନିତ ଅତିଥିଭାବେ ସରପଞ୍ଚ ବୈକୁଣ୍ଠ ଚରଣ ସ୍ୱାଇଁ,ସମିତି ସଭ୍ୟ ଦିଲ୍ଲୀପ କୁମାର ମହାପାତ୍ର, ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ଖଟେଇ,ପୂର୍ବତନ ପ୍ରଧାନ ଶିକ୍ଷକ ଗୌରାଙ୍ଗ ଛୋଟରାୟ,ପ୍ରତିଷ୍ଠାତା ସଭ୍ୟ ରାଜକିଶୋର ବ୍ରହ୍ମା, ତ୍ରିଲୋଚନ ମହାନ୍ତି, ବୈକୁଣ୍ଠ ଚରଣ ନାୟକ, ପଞ୍ଚସଖା ଶିକ୍ଷା ସେତୁ ସଭାପତି ରାମ ଚନ୍ଦ୍ର ନାୟକ,ପୂର୍ବତନ ପ୍ରଧାନ ଶିକ୍ଷକ ଯୋଗିନାଥ ନାୟକ, ପ୍ରଫୁଲ୍ଲ ଚନ୍ଦ୍ର ସିଂହ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଶାନ୍ତି ମହାପାତ୍ର ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଫୁଲ, ଚନ୍ଦନ,ଧୂପ ଦୀପ ଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ ।
ଉତ୍ସବର ପ୍ରାରମ୍ଭରେ ଶିକ୍ଷୟିତ୍ରୀ ସସ୍ମିତା ମହାପାତ୍ରଙ୍କ ତତ୍ୱାବଧାନରେ ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋସ୍ନାରାଣୀ ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ ଶିକ୍ଷକ ଦୁର୍ଗା ପ୍ରସାଦ ସୁବୁଦ୍ଧି ଅତିଥିମାନଙ୍କ ପରିଚୟ ପ୍ରଦାନ କରି ବାର୍ଷିକ ବିବରଣୀ ପଠନ କରିଥିଲେ। ପୂର୍ବତନ ଶିକ୍ଷକ ସାନନ୍ଦ କୁମାର ସାହୁ,ରମେଶ ଚନ୍ଦ୍ର ସାହୁ,ମିହିର କୁମାର ଭୋଇ ପ୍ରମୁଖଙ୍କୁ ମୁଖ୍ୟ ଅତିଥି ପ୍ରଦୀପ କୁମାର ସାହୁ ଉତ୍ତରୀୟ ଓ ଫୁଲତୋଡ଼ା ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଶିକ୍ଷାନୁଷ୍ଠାନର କୃତୀ ଛାତ୍ର ଛାତ୍ରୀମାନଙ୍କୁ ସମସ୍ତ ନିମନ୍ତ୍ରିତ ଅତିଥିମାନେ ପ୍ରମାଣପତ୍ର,ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ । ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ଶିକ୍ଷକ ବିଜୟ କୁମାର ସାହୁ ଓ ଶିକ୍ଷୟିତ୍ରୀ ରାଜଲଷ୍ମୀ ପଣ୍ଡା,ମମତା ଖଣ୍ଡାଇ ପ୍ରମୁଖ ମିଳିତ ଭାବେ ସଂଯୋଜନା କରିଥିଲେ । ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସମାଜର ଦର୍ପଣ ହୋଇଥିବାରୁ ସମସ୍ତ ଛାତ୍ର ଛାତ୍ରୀମାନେ ସେମାନଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଗୁଣାତ୍ମକ ଶିକ୍ଷା ଅଧ୍ୟୟନ କରି ସମାଜରେ ଭଲ ମଣିଷ ହେବାପାଇଁ ମୁଖ୍ୟ ଅତିଥି ପ୍ରଦୀପ କୁମାର ସାହୁ ଛାତ୍ର ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାରଙ୍କ ସମଗ୍ର ଶିକ୍ଷା ଛାତ୍ର ଛାତ୍ରୀମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ ମୟ କରିପାରିଛି ବୋଲି ମୁଖ୍ୟ ବକ୍ତା ପ୍ରମୋଦ କୁମାର ସ୍ୱାଇଁ ସୂଚନା ପ୍ରଦାନ କରିଥିଲେ। ଶିକ୍ଷକ ବିଶ୍ୱଜିତ ନାୟକ ଓ ଶିକ୍ଷୟିତ୍ରୀ ଅମିତା କୁମାରୀ ସ୍ୱାଇଁ ପ୍ରମୁଖଙ୍କ ମିଳିତ ନୃତ୍ୟ ନିର୍ଦେଶନାରେ ଛାତ୍ର ଛାତ୍ରୀମାନେ ମନୋରଞ୍ଜନ ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରିଥିଲେ । ପରିଶେଷରେ ଶିକ୍ଷକ ଅଶୋକ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଏମସି ନ୍ୟୁଜ୍ ଓଡ଼ିଶା।


