ବାଲିମେଳା: ତା -୦୨/୦୨/ (ବିଏମସି ଟିଭି ଓଡିଆ)
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତ ଅଧୀନ ଖାରୀଗୁଡା ଗ୍ରାମରେ ଆରମ୍ଭ ହୋଇଛି ମା’ ଦକ୍ଷିଣ କାଳୀଙ୍କ ପୂଜା।ଦୀପାବଳିରେ ସବୁ ଅଞ୍ଚଳରେ ମା ‘ କାଳୀଙ୍କ ପୂଜା ହେଉଥିବା ବେଳେ ଏହି ଗ୍ରାମରେ ଆଜକୁ ପ୍ରାୟ ୩୦ ବର୍ଷରୁ ଉର୍ଦ୍ଧ ବର୍ଷ ହେବ ଖାରୀଗୁଡା ଗ୍ରାମବାସୀଙ୍କ ପକ୍ଷରୁ ପ୍ରତ୍ୟକ ବର୍ଷ ମାଘ ପୁର୍ଣିମାରେ ମା’ ଦକ୍ଷିଣ କାଳୀଙ୍କୁ ଆବାହନ କରାଯାଇଥାଏ। ଏହି କ୍ରମରେ ଚଳିତ ବର୍ଷ ଗ୍ରାମବାସୀଙ୍କ ପକ୍ଷରୁ ପାରମ୍ପରିକ ରୀତିନୀତି ଅନୁଯାୟୀ ବହୁ ଆଡମ୍ବର ସହିତ lଆରମ୍ଭ ହୋଇଛି ମା’ କାଳୀଙ୍କ ପୂଜା ଦୀର୍ଘ ବର୍ଷ ଧରି ଏହି ଖାରୀଗୁଡା ଗାଁରେ ଚାଲିଥିବା ଭିନ୍ନ ପରମ୍ପରା ଶତାଧିକ ଶ୍ରଦ୍ଧାଳୁଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।ଏହି ଅବସରରେ ଗ୍ରାମର ମହିଳାମାନେ ମନ୍ଦିର ନିକଟରେ ପ୍ରବାହିତ ହେଉଥିବା ନଦୀରୁ ଜଳ ସଂଗ୍ରହ କରି ଏକ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିବା ପରେ ମନ୍ଦିରରେ କଳସ ସ୍ଥାପନ କରିଥିଲେ। ପୂଜାରେ ଠାକୁରଙ୍କ ଦର୍ଶନ ପାଇଁ ଖାରୀଗୁଡା, ଶାରଦା ଗୁଡା ଗ୍ରାମବାସୀଙ୍କ ସମେତ ଆଖ ପାଖ ଅଞ୍ଚଳର ଲୋକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି। ଉକ୍ତ ମନ୍ଦିର ନିକଟରେ ବହୁ ବିଭିନ୍ନ ପ୍ରକାର ଅସ୍ଥାୟୀ ଦୋକାନ ଖୋଲା ଯାଇଥିବା ଦେଖିବାକୁ ମିଳିଛି।ଲୋକଙ୍କ ମନୋରଞ୍ଜନ ପାଇଁ ରାତିରେ ଆଦିବାସୀ ଲୋକନୃତ୍ୟ ଅନୁଷ୍ଠିତ ହୋଇଥିଲା। ସୋମବାର ଦିନ ମା ‘ କାଳୀଙ୍କ ଲାଠି ଭକ୍ତ ମାନଙ୍କ ଗହଣରେ ନାମ ସଂକୀର୍ତନର ତାଳେ ତାଳେ lଖାରୀଗୁଡା ଏବଂ ଶାରଦା ଗୁଡା ଗ୍ରାମ ପରିକ୍ରମା କରିବେ ବୋଲି ପୂଜା କମିଟିର ସଦସ୍ୟ ସରୋଜ ଖେମୁଡୁ, ପଦୁ ମାଣ୍ଡି, ହରି ଖିଲ, ମଙ୍ଗରାଜ ମାଣ୍ଡି, ଲକ୍ଷ୍ମଣ ଖରା, ଧନେଶ୍ୱର ଖିଲ, ବୁଦା ମାଝୀ, ବୁଦ୍ରା ମୁଦୁଲୀ, ରମେଶ ଖିଲ, ଅର୍ଜୁନ ଜାଲା, ଲବ ଜାଲା, ମିଥୁନ ସାଗରିଆଙ୍କ ସମେତ ଗ୍ରାମବାସୀ ପ୍ରକାଶ କରିଛନ୍ତି ।
ବାଲିମେଳା ରୁ ଦିଲୀପ କୁମାର ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା ।


