ସମ୍ବଲପୁର/ବୁର୍ଲା:ତା-୦୩/୦୨(ବିଏମସି ଟିଭି ଓଡିଆ)
ଇଣ୍ଡିଆନ ରେଡକ୍ରସ୍ ସୋସାଇଟିର ପୃଷ୍ଠପୋଷକ ନିହାଲ ସିଂଙ୍କ ପରାମର୍ଶ କ୍ରମେ ଇଣ୍ଡିଆନ ରେଡକ୍ରସ୍ର ଆଜୀବନ ସଦସ୍ୟ ଡ.ସୁଶୀଲ କୁମାର ବେହେରା ବୁର୍ଲାସ୍ଥିତ ଅଟାଚକି ପଡାର କର୍କଟ ରୋଗାକ୍ରାନ୍ତ ଲୁବିଧା ନାଏକଙ୍କ ଘରକୁ ଆସି କିଛି ଆର୍ଥିକ ସାହାଯ୍ୟ ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି ଏଇ କିଛି ମାସ ମଧ୍ୟରେ ଲୁବିଧା ନାଏକ କର୍କଟ ରୋଗରେ ପୀଡିତ ଅଛନ୍ତି। ତାଙ୍କ ସ୍ଵାମୀ ମଧ୍ୟ ରୋଗଗ୍ରସ୍ତ ଅଛନ୍ତି। ଏହି ଦୁଃଖଦ ଖବର ପୂର୍ବତନ କାଉନସିଲର ସୁଶାନ୍ତ ତାଣ୍ଡିଙ୍କଠୁ ପାଇ ସମାଜସେବୀ ନିହାଲ ସିଂ ଡ. ବେହେରାଙ୍କ ସହିତ ଲୁବିଧାଙ୍କ ଘରକୁ ଯାଇ ଡାକ୍ତର ଏବଂ ଜିଲ୍ଲା ପ୍ରଶାସନ ସହ ତାଙ୍କ ସ୍ବାସ୍ଥ୍ୟର ଉତ୍ତମ ଚିକିତ୍ସା ଓ କିଛି ଆର୍ଥିକ ସାହାଯ୍ୟ ପାଇଁ ଆଲୋଚନା କରିବାକୁ ଆଶ୍ଵାସନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀ ସିଂ ବିଭିନ୍ନ ସମୟରେ ବିଭିନ୍ନ ବର୍ଗର ରୋଗୀଙ୍କ ପାଇଁ ଡ.ବିଆର୍ ଆମ୍ବେଦକର ଦେଇଥିବା ସାମ୍ବିଧାନିକ ବ୍ୟବସ୍ଥାରେ କିପରି ସୁବିଧା ସୁଯୋଗ ପାଇବେ ପ୍ରଶାସନ ସହ ଯୋଗାଯୋଗରେ ଥାଇ ସେମାନଙ୍କ ସୁବ୍ୟବସ୍ଥା କରାଇଥାନ୍ତି। ଡ଼. ବେହେରାଙ୍କ ଆର୍ଥିକ ସାହାଯ୍ୟ ପାଇ ଲୁବିଧାଙ୍କ ପରିବାର ଖୁସିପ୍ରକଟ କରିଛନ୍ତି।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


