ବାଙ୍କୀ: ତା-୦୫/୦୨(ବିଏମସି ଟିଭି ଓଡ଼ିଆ)
ବାଙ୍କୀ ବିଜ୍ଞାପିତ କ୍ଷେତ୍ର ପରିଷଦ ଅନ୍ତର୍ଗତ ଅଗ୍ରଣୀ ଯୁବ ଅନୁଷ୍ଠାନ ଆଦର୍ଶ ଯୁବ ପରିଷଦ ତରଫରୁ ଯୁବବନ୍ଧୁ ଭବନ ଚକାପଦାଠାରେ ଓଡିଶାର ପ୍ରଥମ ବାରିଷ୍ଟର ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ପରିଷଦର ଆବାହକ ଅକ୍ଷୟ କୁମାର ସାମଲଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସମାଜସେବୀ ପ୍ରସନ୍ନ କୁମାର ପ୍ରଧାନ, ମୁଖ୍ୟ ବକ୍ତା ଭାବେ ସମାଜସେବୀ ପ୍ରଦୀପ କୁମାର ଜେନା, ସମ୍ମାନିତ ଅତିଥିଭାବେ କବି ତଥା ସଂଗଠକ ଶଶି ଭୂଷଣ ତ୍ରିପାଠୀ, ପ୍ରକାଶ ଚନ୍ଦ୍ର ବେହେରା, କଂଗ୍ରେସ ରଣା ପ୍ରମୁଖ ଅଂଶ ଗ୍ରହଣ କରି ଓଡ଼ିଶାକୁ ସ୍ବତନ୍ତ୍ର ପ୍ରଦେଶ ଗଠନ କରିବାରେ ମଧୁବାବୁଙ୍କ ଭୁମିକା ଗୁରୁତ୍ବପୂର୍ଣ୍ଣ ବୋଲି ନିଜ ବକ୍ତବ୍ୟରେ ପରିପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅମ୍ରିତ କୁମାର ସାମଲ, ଓମ ପ୍ରକାଶ ରଣା, ମକରନ୍ଦ ପଣ୍ଡା, ଯୋଗେନ୍ଦ୍ର ଦାସ, ଦିବାକର ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ନିଜର ଅଦମ୍ୟ ପରିଶ୍ରମ, ଯୁକ୍ତାତ୍ମକ ଚିନ୍ତାଧାରା ସହିତ ଶିକ୍ଷା ଯଦି ଦେଶର ମେରୁଦଣ୍ଡ ହୋଇଥାଏ ଏବଂ ଯୁବପିଢ଼ି ଦେଶର ଅସଲି ତାକତ ଓ ଶକ୍ତି। ଉଭୟ ଶିକ୍ଷା ଓ ଶକ୍ତି ବଳରେ ସମସ୍ତ ଅସମ୍ଭବ କାର୍ଯ୍ୟକୁ ସମ୍ଭବ ହୋଇ ପାରିବ ବୋଲି ଅତିଥି ମାନେ ଯୁବକ ମାନଙ୍କୁ ଆହ୍ବାନ ଦେଇଥିଲେ । ପରିଶେଷରେ ବରିଷ୍ଠ ସଦସ୍ୟ କଂଗ୍ରେସ ରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ବାଙ୍କୀ ରୁ ସୁଶାନ୍ତ କୁମାର ନାୟକଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


