ବାଲିମେଳା: ତା -୦୫/୦୨/ (ବିଏମସି ଟିଭି ଓଡ଼ିଆ)
ମାଲକାନଗିରି: ମାଲକାନଗିରି ପୋଲିସକୁ ବଡ଼ ସଫଳତା । କ୍ୟାଡର ମାଓବାଦୀ ସୁଖରାମର ଆତ୍ମସମର୍ପଣ । SLR ଓ ବିପୁଳ ମାଓ ସାମଗ୍ରୀ ସହ ଆତ୍ମସମର୍ପଣ । ସୁଖରାମ ମୁଣ୍ଡ ଉପରେ ଥିଲା 21 ଲକ୍ଷର ପୁରସ୍କାର । ଓଡ଼ିଶା, ଛତିଶଗଡ଼ରେ ବିଭିନ୍ନ ହିଂସାକାଣ୍ଡରେ ସାମିଲ ଥିଲା ସୁଖରାମ । ଏପଟେ ଆତ୍ମସମର୍ପଣ ପରେ ଏସପି ବିନୋଦ ପାଟିଲ କହିଛନ୍ତି 16 ବର୍ଷ ଧରି ସେ ହିଂସାକାଣ୍ଡରେ ସାମିଲ ଥିଲା । ତେବେ ନକ୍ସଲ ରାସ୍ତା ଛାଡି ଅନ୍ୟମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଅନ୍ୟ ନକ୍ସଲଙ୍କୁ ସେ ଅପିଲ କରିଛନ୍ତି । ସୁଖରାମ, ସୁରେଶ କିମ୍ବା ଯୋଗେଶ ନାମରେ ଜଣାଶୁଣା । ଏହି କ୍ୟାଡର ମାଓବାଦୀ କାଙ୍ଗେରଘାଟି ଏରିଆ କମିଟିର କମାଣ୍ଡର ଏବଂ ଛତିଶଗଡ଼ର ସୁକମା ଜିଲ୍ଲାର ପୁଷ୍ପାଳ ଥାନା ଅନ୍ତର୍ଗତ ଗୋବିନ୍ଦପାଲ ଗ୍ରାମର ବାସିନ୍ଦା ।
ବାଲିମେଳା ରୁ ଦିଲୀପ କୁମାର ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


