ବଲାଙ୍ଗୀର: ତା – ୦୫/୦୨(ବିଏମସି ଟିଭି ଓଡିଆ)
ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅଞ୍ଚଳରେ ଜଣେ ନାବାଳିକା କୁ ଗଣ ଦୁଷ୍କର୍ମ ହୋଇଥିବା ଭିଡ଼ିଓ ଭାଇରାଲ ହେବା ବେଶ୍ ଚର୍ଚ୍ଚା ଜୋର ଧରିଥିଲା । ଭିଡ଼ିଓ ଆଧାରରେ ତୁରେକେଲା ପୋଲିସ ଗତ କାଲିରୁ ୬ ଜଣ ନାବାଳକକୁ ଅଟକ ରଖି ତଦନ୍ତ କରୁଥିବା ବେଳେ ଆଜି ଉତ୍ତରାଞ୍ଚଲ ଆଇଜି ହିମାଂଶୁ ଲାଲ ତୁରେକେଲା ଥାନା ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଥିଲେ। ବଲାଙ୍ଗିର ଏସପି ଅଭିଳାଷ ଜି ମଧ୍ୟ ଉପସ୍ଥିତି ରେ ଗତ କାଲି ରାତି ପୀଡ଼ିତାଙ୍କ ବାପା କଣ୍ଟାବାଞ୍ଜି ଥାନାରେ ଏତଲା ଦେଇଥିଲ। ତେବେ ଆଇଜି ହିମାଂଶୁ ଲାଲ ଏହି ମାମଲାରେ ସମସ୍ତଙ୍କୁ ଗିରଫ କରାଯାଇଛି ବୋଲି ସୂଚନା ଦେଇଛନ୍ତି । ବଲାଙ୍ଗିର ଏସପି ସାଇଣ୍ଟିଫିକ ଟିମ ସହ ତଦନ୍ତ କରିଛନ୍ତି। ଏହି ମାମଲାରେ ନାବାଳକ ମାନେ ସମ୍ପୃକ୍ତ ଥିବା ବେଳେ ସୋସିଆଲ ମିଡିଆରେ ଏଭଳି ଭିଡ଼ିଓ ଦେଖି କମ ବୟସରେ ପଥଭ୍ରଷ୍ଟ ହେଉଛନ୍ତି ଆମ ପକ୍ଷରୁ ଆଗକୁ ସଚେତନା ସୃଷ୍ଟି କରାଯିବ ବୋଲି ସେ କହିଛନ୍ତି। ଅନ୍ୟ ପକ୍ଷରେ ବଲାଙ୍ଗିର ଏସପି କହିଛନ୍ତି ଯେ ମାନେ ୬ ଜଣକୁ ଗିରଫ କରିଛୁ। ଭିଡ଼ିଓ ଭାଇରାଲ ହେଲା ତେଣୁ ଆଇଟି ଆକ୍ଟ ରେ ମାମଲା ରୁଜ୍ଜୁ ହୋଇଛି । କିଏ ଭିଡ଼ିଓ କଲା ଓ କିଏ ଭିଡ଼ିଓ ଭାଇରାଲ କଲା ସେ ଦିଗରେ ସବିଶେଷ ତଦନ୍ତ ଜାରି ରହିଛି ବୋଲି ପ୍ରକାଶ ପାଇଛି। ଘଟଣା ଡିସେମ୍ବର ର ହୋଇଥିବା ବେଳେ ଏହି ମାମଲାରେ ଥିବା ଅଭିଯୁକ୍ତ ମାନେ ଝିଅକୁ ଧମକ ଦେଉଥିଲେ। ତେଣୁ ଏହି ଘଟଣା ଏତେ ଦିନ ଦବି କି ରହିଥିଲେ। କିନ୍ତୁ ଭିଡ଼ିଓ ଭାଇରାଲ ହେଲା ପରେ ଝିଅଙ୍କ ବାପା ଥାନାରେ ଏତଲା ଦେଇଥିଲେ। ଅନ୍ୟ ପକ୍ଷରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଜଣେ ନାବାଳକ କୁ ଜେଜେବି ବୋର୍ଡ ରେ ହଜାର କରିବା ସହ କଠୋର ରୁ କଠୋର ଦଣ୍ଡ କେମିତି ମିଳିବ ସେନେଇ ଚେଷ୍ଟା କରୁଛୁ ବୋଲି ଏସପି କହିଛନ୍ତି ।
ବଲାଙ୍ଗୀର ଜିଲ୍ଲା ପ୍ରତିନିଧି ସନ୍ତୋଷ କୁମାର ନାୟକଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


