ବାଲିମେଳା: ତା -୦୫/୦୨ (ବିଏମସି ଟିଭି ଓଡ଼ିଆ)
ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ତରଫରୁ ବିଜେଡି ଜିଲ୍ଲା ଉପ ସଭାପତି ଉଦୟ ନାଥ ମାଦ୍ରୀ ଙ୍କ ଆହ୍ୱାନ କ୍ରମେ କୁଡୁମୁଲୁ ଗୁମା ଠାରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ବିଜୁ ଜନତା ଦଳର ଏକ ସାଙ୍ଗଠନିକ ପ୍ରସ୍ତୁତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ମୁଖ୍ୟ ଭାବେ ଯୋଗ ଦେଇ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ବିଜୁ ଜନତା ଦଳ କିଭଳି ପୁନର୍ବାର ବିଜୟ ଲାଭ କରିବା ସହ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ରେ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା ଙ୍କୁ ନେଇ ତୃଣ ମୂଳ ପର୍ଯ୍ୟନ୍ତ ସଂଗଠନ କୁ ମଜବୁତ କରିବା ସହ ପ୍ରତ୍ୟେକ ପଞ୍ଚାୟତ ରେ ୱାର୍ଡ କମ୍ମିଟି, ବୁଥ୍ କମ୍ମିଟି ଗଠନ କରିବା ପାଇଁ ନିର୍ଦ୍ଦେଶ ଦେଲେ । ଆଜିର ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ର ସମସ୍ତ ବ୍ଲକ ସ୍ତରରେ ଏକ ବଡ ଧରଣର ମିଶ୍ରଣ ପର୍ବ ଅନୁଷ୍ଠିତ ପାଇଁ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଗଲା । ଆଗାମୀ ପଞ୍ଚାୟତ ନିର୍ବାଚନ ରେ ବିଜୁ ଜନତା ଦଳର ସମସ୍ତ ବିଜେଡି ସମର୍ଥିତ ଜିଲ୍ଲା ପରିଷଦ ,ସମିତି ସଭ୍ୟ ସଭ୍ୟା, ସମସ୍ତ ସରପଞ୍ଚ କିଭଳି ଭାବେ ବିଜୟ ଲାଭ କରିବେ ସେ ନେଇ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଗଲା । ଆଜିର ବୈଠକରେ ଜିଲ୍ଲା ଉପ ସଭାପତି ପ୍ରଫୁଲ୍ଲ ପଣ୍ଡ। ,ବିଜେଡି ନେତା ସତ୍ୟ ପାଣିଗ୍ରାହୀ ,ସମ୍ଭରୁ ନାୟକ ,ରଘୁବିର ଖରା ,ଭଗବାନ ସାହୁ ,ସାଧୁ ହନ୍ତାଳ ,ସଦାଶିବ ପୂଜାରୀ ,ରାମଚନ୍ଦ୍ର ଗଲେଲ୍ ,ଅର୍ଜୁନ ହନ୍ତାଳ ,ପିତାମ୍ବର ଗୁରୁତେଲି ,ମାଧବ ସାବତ ଏବଂ ରାଜେନ୍ଦ୍ର ସୁଗ୍ରୀ ପ୍ରମୁଖ ଙ୍କ ସହ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳର ଜିଲ୍ଲା ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ବାଲିମେଳା ରୁ ଦିଲୀପ କୁମାର ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


