ରାୟଗଡା: ତା – ୦୬/୦୨(ବିଏମସି ଟିଭି ଓଡିଆ)
ରାୟଗଡ଼ ଜିସିଡି ୱାକରସ୍ କ୍ଲବ୍ ର ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ନୂତନ ସଭାପତି ଭାବରେ ଜଗନ୍ନାଥ ସାହୁ, ଉପ ସଭାପତି ଭାବରେ ବିବେକାନନ୍ଦ ସାହୁ ଏବଂ ଜାମି ରାଜା ସମ୍ପାଦକ ଭାବରେ ମୁଚି ରବି, ଉପ ସମ୍ପାଦକ କିନ୍ତାଲି ସୁରେଶ, ଯୋଲି ୱାକର୍ସ ଗୁଡଲା ନେହେରୁ ଓ କୋଷାଧ୍ୟକ୍ଷ ଭାବରେ ସୁବାଷ ଚନ୍ଦ୍ର ବାରିକ ଚୟନ ହୋଇଛନ୍ତି। ଜିସିଡି ୱାକର୍ଷ କ୍ଳବ୍ ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୁରେନ୍ଦ୍ର ସାହୂ ଉପସ୍ଥିତ ଥିଲେ। କ୍ଳବ ର ପୁର୍ବତନ ସଭାପତି ବିଜୟ ମୋହନ ବାର୍ଷିକ ବିବରଣୀ ପାଠ କରିବା ସହ, କ୍ଳବ୍ ପକ୍ଷରୁ ହୋଇଥିବା ନିଃସ୍ବାର୍ଥ ସେବା, ଓ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଓ ବୃକ୍ଷ ରୋପଣ ଭଳି ବିଭିନ୍ନ କାର୍ଯ୍ୟକ୍ରମର ପୁଙ୍ଖାନୁପୁଙ୍ଖ ଆଲୋଚନା କରଯାଇଥିଲା। ଏହି ବୈଠକରେ ପୁର୍ବତନ ସଭାପତି ମନୋଜ ରଥ, ଦୀପକ ପୃଷ୍ଟି ଏବଂ ଅଜିତ କୁମାର ସୁବୁଦ୍ଧି ପ୍ରମୁଖ ସଦସ୍ୟ ରହି ଏହି କ୍ଲବ୍ ଆଗାମୀ ସମାଜ ର ହିତ ସାଧନ ନିମନ୍ତେ ଯେଉଁଭଳି ପଦକ୍ଷେପ ଗ୍ରହଣ କରିବ ସେ ବିଷୟରେ ନୂତନ କର୍ମକର୍ତ୍ତାଙ୍କୁ ଉପଦେଶ ଦେଇଥିଲେ। ସଂଘ ଉପଦେଷ୍ଟା ବରିଷ୍ଠ ନାଗରିକ ସୁରେଶ କୁମାର ମିଶ୍ର କ୍ଳବ୍ ରେ ସମସ୍ତ ସଦସ୍ୟ ଙ୍କୁ ସ୍ଵାସ୍ଥ୍ୟ ହିଁ ସମ୍ପଦ ବୋଲି ଗୁରୁବାଣି ଦେବା ସହ ସମସ୍ତ ସଦସ୍ୟ କ୍ଲବ୍ ରେ ମିଳିମିଶି କାର୍ଯ୍ୟ କରି ରହିବା ସହ GCd ଖେଳ ପଡିଆ ର ସୁରକ୍ଷା ଉପରେ ଧ୍ୟାନ ଦେବା ପାଇଁ ଅନୁରୋଧ କରିଥିଲେ। କ୍ଲବ ର ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ଝୁନା ପଣ୍ଡା, ସତ୍ୟ ପାଢ଼ୀ, ଶିବ ରାମ ମିଶ୍ର,ମହେଶ ରତନ, ଡିପି ବାବୁ, ଅମର ପାତ୍ର, ଦୀପକ ଫୁନ୍ଦନାନୀ, କେ. ଭାନୁ, ଗୋପାଳ ନାୟକ ପ୍ରମୁଖ ରହି ଶୁଭେଛା ଓ ଶୁଭ କାମନା ଜଣାଇଛନ୍ତି।
ରାୟଗଡା ରୁ ରଞ୍ଜନ କୁମାର ମହାନ୍ତିଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


