ସମ୍ବଲପୁର/କୁଚିଣ୍ଡା:ତା-୦୫/୦୨(ବିଏମସି ଟିଭି ଓଡିଆ)
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ କୁଡ଼ାପଡା ସ୍ଥିତ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୩୧ ତମ ବାର୍ଷିକ ଉତ୍ସବ ପରିଚାଳନା କମିଟି ସଭାପତି ଲମ୍ବୋଦର କୁମୁରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ପରିଷଦ ସଭ୍ୟ ଅଜିତ କୁମାର ମହାପାତ୍ର, ବିଶିଷ୍ଟ ପରିବେଶବିତ ଓ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ, ଓଷ୍ଟା ବ୍ଲକ ସମ୍ପାଦକ କମଳ ଲୋଚନ ବେହେରା ଓ ଅଧ୍ୟାପକ ସତ୍ୟ ନାରାୟନ ପଟେଲ ସମ୍ମାନିତ ଅତିଥି ଏବଂ ଜିଲ୍ଲା ସାମ୍ବାଦିକ ସଂଘ ( ଓୟୁଯେ) ର ସଭାପତି ପ୍ରଭାତ କୁମାର ବେହେରା ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ବକ୍ତାଗଣ କୁଳବୁଦ୍ଧ ମଧୁବାବୁ ଓ ଉତ୍କଳମଣି ଗୋପବନ୍ଧୁଙ୍କ ପଦାଙ୍କ ଅନୁସରଣ କରି ବଡ଼ ଲୋକ ହେବା ଅପେକ୍ଷା ଭଲ ଲୋକ ହେବାକୁ ଆହ୍ବାନ ଦେଇଥିଲେ । ପ୍ରାରମ୍ଭରେ ଅତିଥିମାନେ ବିଦ୍ୟାଦାତା, ବିଦ୍ୟାଦାତ୍ରୀଙ୍କ ସହ ମଧୁବାବୁଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଥିବା ବେଳେ ଶେଷରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଜାତୀୟ ସ୍ଥରରେ କ୍ରୀଡ଼ା କ୍ଷେତ୍ରରେ ସୁନାମ ଆଣିଥିବା ଛାତ୍ରୀ ଅଙ୍କିତା ଛତ୍ରିଆଙ୍କୁ ମାନପତ୍ର ଓ ଅର୍ଥରାଶି ଦେଇ ସମ୍ମାନିତ କରାଯାଇଥିଲା । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ହିନ୍ଦୀ ଶିକ୍ଷକ ପ୍ରଶାନ୍ତ ଭୁକ୍ତା ଅତିଥି ପରିଚୟ ପ୍ରଦାନ କରିଥିଲେ । ଛାତ୍ରୀମାନେ ପ୍ରାରମ୍ଭରେ ସ୍ଵାଗତ ସଙ୍ଗୀତ ଓ ଶେଷରେ ବିଦାୟ ସଙ୍ଗୀତ ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଦର୍ଶକ ମନ ଭରି ଉପଭୋଗ କରିଥିଲେ । ଶେଷରେ ସହକାରୀ ଶିକ୍ଷୟତ୍ରୀ ରଶ୍ମି ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


