ପୋଲସରା:ତା- ୦୭/୦୨/(ଵିଏମସି ଟିଭି ଓଡ଼ିଆ)
ପୂର୍ବତନ ପୋଲସରା ବ୍ଲକ ଅଧ୍ୟକ୍ଷ ତଥା ଆଇନଜୀବୀ ପ୍ରଦୀପ କୁମାର ସାହୁଙ୍କ ପିତା ସ୍ୱର୍ଗତ ମୁରଲୀଧର ସାହୁଙ୍କ ଦ୍ଵାଦଶାହ ପୁଣ୍ୟତିଥି ଦିବସ କଳମ୍ବ ଗ୍ରାମ ବାସଭବନ ଠାରେ ପାଳିତ ହୋଇଯାଇଛି। ଚଳିତ ମାସ ୨ ତାରିଖ ସୋମବାର କୃଷ୍ଣପକ୍ଷ ପ୍ରତିପଦ ତିଥି ଦିବସରେ ଏହି ଶ୍ରଦ୍ଧାଘ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରିବାର ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ କଳମ୍ବ ଗ୍ରାମ ପଞ୍ଚାୟତ ବାସୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବୃନ୍ଦଙ୍କ ସମେତ କବି, ସାହିତ୍ୟିକ, ବୁଦ୍ଧିଜୀବୀ, ସମାଜସେବୀ, ଆଇନଜୀବୀ, ସଂଗଠକ, ଶିକ୍ଷକ, ଶିକ୍ଷାବିତ୍, ଅଧ୍ୟାପକ, ଅଧ୍ୟାପିକା, ଆଧ୍ୟାତ୍ମିକବାଦୀ, ଗଣମାଧ୍ୟମ ପ୍ରତିନିଧି, ସ୍ୱେଚ୍ଛାସେବୀମାନେ ଯୋଗଦେଇ ସ୍ୱର୍ଗତଙ୍କ ଫଟୋରେ ଭକ୍ତିପୂତ ଭାବେ ପୁଷ୍ପାଞ୍ଜଳି, ପୁଷ୍ପମାଲ୍ୟାର୍ପଣ ଅର୍ପଣ କରି ଶ୍ରଦ୍ଧାସୁମନ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସୂଚନାଯୋଗ୍ୟ ଯେ, ଗତ ଜାନୁୟାରୀ ମାସ ୧୯ ତାରିଖ ସୋମବାର ଦିନ ମୁରଲୀଧର ସ୍ଵର୍ଗାରୋହଣ ଖବର ପାଇବା ଠାରୁ ଦ୍ଵାଦଶାହ ତିଥି ଦିବସ ମଧ୍ୟରେ ଆସ୍କା ସା°ସଦ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ପୋଲସରା ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ରାମକୃଷ୍ଣ ପଟ୍ଟନାୟକ ଚାରିଟେବୁଲ ଟ୍ରଷ୍ଟର ସଭାପତି ତଦାଶା ପ୍ରିୟଦର୍ଶିନୀ, ନିରଞ୍ଜନ ପ୍ରଧାନ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ଦୀପକ କୁମାର ପ୍ରଧାନ, ଘୁମୁସର ଜିଲ୍ଲା ବିଜେପି ଉପସଭାପତି ତଥା ବିଶିଷ୍ଟ ସମାଜସେବୀ ପ୍ରଭାକର ପଣ୍ଡା, ସା°ସଦ ପ୍ରତିନିଧି ସିମାଞ୍ଚଳ ସାହୁ ଓ ଶରତ ଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ଅନେକ ବିଶିଷ୍ଠ ବ୍ୟକ୍ତିବୃନ୍ଦ ବାସଭବନକୁ ଯାଇ ବର୍ତ୍ତମାନ ପରିବାର ମୁଖ୍ୟ ଅଧ୍ୟାପକ ମନୋଜ କୁମାର ସାହୁଙ୍କ ଉପସ୍ଥିତିରେ ସ୍ୱର୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଥିଲେ।
ବ୍ରହ୍ମପୁର ରୁ ସିଟି ରିପୋର୍ଟର କାଳୀ ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


