ସମ୍ବଲପୁର/ଗୋଡଭଗା:ତା-୦୬/୦୨(ବିଏମସି ଟିଭି ଓଡିଆ)
ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ୍ ଅନ୍ତର୍ଗତ କଳାମାଟି ପଞ୍ଚାୟତ ଅଧିନସ୍ଥ ଗୋଡଭଗା କେମ୍ପ୍ ସ୍ଥିତ ଘୁଡୁକାଟିକ୍ରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଶୁକ୍ରବାର ଦଶମ ଶ୍ରେଣୀ ଛାତ୍ର-ଛାତ୍ରୀଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଦଶମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ପ୍ରଭୁ ସତ୍ୟନାରାୟଣଙ୍କ ଆରାଧନା ଅତ୍ୟନ୍ତ ଭକ୍ତିରେ କରିଥିଲେ। ଅନୁଷ୍ଠିତ ପୂଜାରେ ବିଦ୍ୟାଳୟର ବରିଷ୍ଠ ଗୁରୁଜୀ ଆଚାର୍ଯ୍ୟ ପ୍ରତିନିଧି ଅବିନାଶ ଶତପଥି ପୌରହିତ୍ୟ କରିଥିଲେ। ପରେ ଛାତ୍ରଛାତ୍ରୀମାନଙ୍କ ଦୀକ୍ଷାନ୍ତ ସମାରୋହ କରାଯାଇଥିଲା। ଆୟୋଜିତ ଉତ୍ସବରେ ଏଥିରେ ପରିଚଳନl ସମିତିର ସଭାପତି ପ୍ରଦୀପ କର୍ଣ୍ଣ, ଯୁଗ୍ମ ସଂପାଦକ ତ୍ରିବିକ୍ରମ ପ୍ରଧାନ, ସଦସ୍ୟା ରେଶସ୍ଵିନି ସେଠ୍ ତଥା ପୂଜା ସାହୁ, ଅରୁଣ ଦନ୍ତା, ଲୋଜିଶ୍ନା ବିଶି ପ୍ରମୁଖ ଗୁରୁମା, ଗୁରୁଜୀ ଉପସ୍ଥିତ ଥିଲେ। ବିଦ୍ୟାଳୟର ସର୍ବ ପ୍ରଥମ ପ୍ରଧାନଆଚାର୍ଯ୍ୟl ଶ୍ରୀମତୀ ବାସନ୍ତୀ ପ୍ରଧାନଙ୍କ ତତ୍ତ୍ଵାବଧାନରେ ପ୍ରଧାନ ଆଚାର୍ଯ୍ୟ ଦାୟିତ୍ଵ ବହନ କରିଥିବା ଗୁରୁଜୀ ଅବିନାଶ ଶତପଥିଙ୍କ ସୁପରିଚାଳନାରେ କାର୍ଯକ୍ରମଟି ଭକ୍ତିମୟ ପରିବେଶରେ ଆୟୋଜିତ ହୋଇଥିଲା। ଶେଷରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଦୀର୍ଘ ବାରବର୍ଷର ଅଭିଜ୍ଞତା ପ୍ରକାଶ କରି ପ୍ରସାଦ ସେବନ କରିଥିଲେ। ଉପସ୍ଥିତ ଶିକ୍ଷକ ଶିକ୍ଷୟତ୍ରୀମାନେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଆଶାତୀତ ସଫଳତା ପାଇବା ନିମନ୍ତେ ଆଶିର୍ବାଦ ପ୍ରଦାନ କରିଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।
ଘୁଡୁକାଟିକ୍ରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ


