ବ୍ରହ୍ମପୁର/ଚିକିଟୀ: ତା -୦୫/୦୨(ବିଏମସି ଟିଭି ଓଡିଆ)
ଗଞ୍ଜାମ ଜିଲ୍ଲାର ତିନି ଦିନ ଧରି ଚାଲିଥିବା ବେଳାଭୁମି ମହୋତ୍ସବ ୫ ତାରିଖ ରାତିରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ସମାପ୍ତି ଘଟିଛି। ଦୀର୍ଘ ୬ବର୍ଷ ପରେ ଏହି ବେଳାଭୁମି ମହୋତ୍ସବର ପୁନରାବୃତ୍ତି ଏକ ଅଭୂଲା ସ୍ମୃତିକୁ ଚିକିଟୀ ସୁନାପୂର ଇତିହାସ ସୃଷ୍ଠି କରିଥିଲା।ହଜାର ହଜାର ଜନସାଧାରଣଙ୍କ ଆଗମନ ସୁନାପୂର ବେଳାଭୁମିକୁ ଚଳଚଞ୍ଚଳ କରିଦେଇଥିଲା।ଚିକିଟୀ ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ୍ ସାମନ୍ତରାଙ୍କ ସଭାପତିତ୍ବରେ ତଥା ତାଙ୍କରି ଆପ୍ରାଣ ଉଦ୍ୟମରେ ବେଳାଭୁମି ମହୋତ୍ସବଟି ସଫଳତାର ଶୀର୍ଷରେ ପହଞ୍ଚିଥିଲା।ତିନି ଦିନରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ବିଧାୟକ ଏବଂ ମନ୍ତ୍ରୀ ମାନେ ଏହି ବେଳାଭୁମି ମହୋତ୍ସବକୁ ଆମନ୍ତ୍ରିତ ହୋଇଥିଲେ। ବେଳାଭୁମିର ସୁନ୍ଦର ପ୍ରାକୃତିକ ଶୋଭାକୁ ପର୍ଯ୍ୟଟନ ସ୍ତରରେ ଶ୍ରେଷ୍ଠତାର ପରିଚୟ ପାଇଁ ପ୍ରତିଶ୍ରୁତି ବଦ୍ଧ ହୋଇଥିଲେ।ପ୍ରାକୃତିକ ଶୋଭାରେ ପରିପୂର୍ଣ୍ଣ ବେଳାଭୁମି ତଥା ସୁନ୍ଦର ଆଲୋକ ସଜ୍ଜାରେ ସଜ୍ଜିତ ବେଳାଭୁମିକୁ ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଦର୍ଶକ ମନଭରି ଉପଭୋଗ କରିଥିଲେ।
ବ୍ରହ୍ମପୁର ରୁ ସିଟି ରିପୋର୍ଟର କାଳୀ ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


