ବୋଲଗଡ:ତା- ୦୬/୦୨(ବିଏମସି ଟିଭି ଓଡ଼ିଆ)
ବୋଲଗଡ ଶିକ୍ଷା ବ୍ଲକ ଅନ୍ତର୍ଗତ କଳାଙ୍ଗ ଗ୍ରାମ ପଞ୍ଚାୟତ ଅଧୀନ ରେ ଥବା କାହ୍ନୁ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ ମହା ଆଡ଼ମ୍ବର ସହକାରେ ପ୍ରଧାନ ଶିକ୍ଷକ ଜୋଚିନ୍ଦ୍ର ଦାସଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଅଛି । ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ବ୍ଲକ ଉତ୍ସ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ କୈଳାସ ନାଥ ସ୍ୱାଇଁ ,ମୁଖ୍ୟବକ୍ତା ଭାବେ ବିଦ୍ୟାଳୟ ପରିଚାଳନା ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ହୋତା ଓ ସମ୍ମାନିତ ଅତିଥି ଭାବେ ବିଜେପି ହାଇସ୍କୁଲ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଭାକର ସାହୁ ଓ ଆକର୍ଷଣୀଯ ଅତିଥି ଭାବେ ଓଡ଼ିଆ ସିରିଏଲ୍ ର ଅଭିନେତ୍ରୀ ଶ୍ରୀମତୀ ମିଲି ମହାନ୍ତି ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପ୍ରମୁଖ ଯୋଗ ଦେଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଫୁଲ ଚନ୍ଦନ,ଧୂପ ଦୀପ ଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ପାଢ଼ୀ ବେଦ ପାଠ କରିଥିବା ବେଳେ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ପ୍ରଧାନ ଶିକ୍ଷକ ଜୋଚିନ୍ଦ୍ର ଦାସ ସ୍ୱାଗତ ଭାଷଣ ଦେଇ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ।

ବୋଲଗଡ ବ୍ଲକ ସ୍ତରରେ ଗତ ବର୍ଷ ମାଟ୍ରିକ ପରୀକ୍ଷାରେ A1 ଗ୍ରେଡ଼ ରେ ଟପ୍ପର ହୋଇଥିବା ଛାତ୍ରୀ ଅର୍ପିତା ହୋତା ଏବଂ କୃତୀ ଛାତ୍ର ଛାତ୍ରୀମାନଙ୍କୁ ସମସ୍ତ ନିମନ୍ତ୍ରିତ ଅତିଥିମାନେ ପୁଷ୍ପ ଗୁଚ୍ଛ,ପ୍ରମାଣ ପତ୍ର, ଟ୍ରଫି, ଉତ୍ତରୀୟ ଓ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ । ପ୍ରତ୍ୟେକ ଶ୍ରେଣୀର ପ୍ରଥମ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ର ଛାତ୍ରୀମାନଙ୍କୁ ଶ୍ରୀଯୁକ୍ତ ପ୍ରଭାକର ସାହୁ ଟ୍ରଫି ପ୍ରଦାନ କରିଥିଲେ । ଶିକ୍ଷୟିତ୍ରୀ ପ୍ରତିଭା ରଣସିଂହ ମାନପତ୍ର ପଠନ କରିଥିଲେ । ଦେବସ୍ମିତା ବେହେରା ଓ ତାଙ୍କ ସାଥୀ ମିଳିତ ନୃତ୍ୟ ନିର୍ଦେଶନାରେ ଛାତ୍ର ଛାତ୍ରୀମାନେ ମନୋରଞ୍ଜନ ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରିଥିଲେ । ଅଭିନେତ୍ରୀ ଶ୍ରୀମତୀ ମିଲି ମହାନ୍ତି ପିଲା ମାନଙ୍କୁ ବହୁ ଗୀତ ଓ ନାଚ ରେ ମନ୍ତ୍ରମୁଗ୍ଧ କରିଥିଲେ ଓ ପରିଶେଷରେ ଶିକ୍ଷା ବିନା ଜୀବନ ନିରର୍ଥକ ଅଟେ ଏହା ପିଲା ମାନଙ୍କୁ କହିଥିଲେ । ତେଣୁ ଅଭିଭାବକ ଓ ଶିକ୍ଷକ,ଶିକ୍ଷୟିତ୍ରୀ ମାନଙ୍କ ମିଳିତ ପ୍ରଚେଷ୍ଟାରେ ଛାତ୍ର ଛାତ୍ରୀମାନଙ୍କର ଶିକ୍ଷାର ବିକାଶ ହୋଇଥାଏ ବୋଲି ମୁଖ୍ୟ ଅତିଥି ବ୍ଲକ ଉତ୍ସ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ କୈଳାସ ନାଥ ସ୍ୱାଇଁ ପରାମର୍ଶ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମିଳିତ ଭାବେ ସହଯୋଗ କରି ପରିଚାଳନା କରିଥିଲେ । ପରିଶେଷରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଜୋଚିନ୍ଦ୍ର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ବୋଲଗଡ ରୁ ରୁଦ୍ର ମାଧବ ସାହୁ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


