ଢେ଼ଙ୍କାନାଳ/ହିନ୍ଦୋଳ: ତା -୧୦/୦୨(ବିଏମସି ଟିଭି ଓଡ଼ିଆ)
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ମର୍ଦ୍ଦରାଜପୁର ଗ୍ରାମ ର ଅଧିଷ୍ଠାତ୍ରୀ ଦେବୀ ମାଆ କାମନା ଠାକୂରାଣୀ ଙ୍କର ମନ୍ଦିର ପ୍ରତିଷ୍ଠା ଯଥାବିଧି କାର୍ଯ୍ୟ କ୍ରମ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଆଜି ତାର ପ୍ରଥମ ଦିବସରେ କଳସ ଯାତ୍ରା,କଳସ ସ୍ଥାପନ ସମାପନ ହୋଇ ଯାଇଛି।ଇତ୍ୟ ଅବସର ର ନାମଯଞ୍ଜ,ଘୃତଯଜ୍ଞ, ଅର୍ଣ୍ନଯଞ୍ଜ,ଦୀପ ଯଜ୍ଞାଦି କାର୍ଯ୍ୟକ୍ରମ ଦୁଇ ଦିନ ଧରି ସମ୍ପାଦିତ ହେବ।ମାଆ କାମନା ଠାକୂରାଣୀ ଉନ୍ନୟନ ପରିଷଦ ତରଫରୁ ଶ୍ରଦ୍ଧାଳୁ ଭକ୍ତ ଜନ ମାନଙ୍କୁ ଉପସ୍ଥିତ ରହି ସହଯୋଗ ପ୍ରଦାନ ପୂର୍ବକ ମନ୍ଦିର ସ୍ଥାପିତ କରି ଅର୍ଣ୍ନ ପ୍ରସାଦ ପ୍ରାପ୍ତ ପୂର୍ବକ ଜଗତ ଜନନୀ ମାଆ କାମନା ଠାକୂରାଣୀ ଙ୍କର କୃପା ଲାଭ କରିବା ପାଇଁ ସାଦରେ ନିମନ୍ତ୍ରଣ କରାଯାଉଅଛି।ଆଖ ପାଖ ଅଞ୍ଚଳରୁ ଶତାଧିକ ମହିଳା ଭକ୍ତଜନ ଆଜିର ଦିନରେ ଉପସ୍ଥିତ ରହି ଶହେ ଆଠ କଳସ ସ୍ଥାପନ ପୂର୍ବକ ମାଆ ଙ୍କ ମନ୍ଦିର ରେ ରତ୍ନମୁଦ କାର୍ଯ୍ୟକ୍ରମ ସମ୍ପାଦିତ ହୋଇ ଥିବା ବେଳେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁ ଭକ୍ତଜନ ଅର୍ଣ୍ନ ପ୍ରସାଦ ପ୍ରାପ୍ତ କରି ମାଆ ଙ୍କ କୃପା ଲାଭ କରିଛନ୍ତି।
ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ରୁ ବିଭୁ ପ୍ରସାଦ ଶତପଥୀ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା


