ସମ୍ବଲପୁର/ବାମରା:ତା-୧୨/୦୨(ବିଏମସି ଟିଭି ଓଡିଆ)
ବାମରାର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ମଡର୍ଣ୍ଣ ପବ୍ଲିକ୍ ସ୍କୁଲର ୧୫ ତମ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଶିକ୍ଷାବିତ୍ ତଥା ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିବା ସହ ଛାତ୍ର, ଛାତ୍ରୀମାନେ ପୂର୍ଣ୍ଣାଙ୍ଗ ମଣିଷ ହୁଅନ୍ତୁ ବୋଲି କାମନା କରିଥିଲେ । ଉତ୍ସବରେ ଅବସର ପ୍ରାପ୍ତ ବନ ବିଭାଗ ରେଞ୍ଜର ପ୍ରଶାନ୍ତ ଶତପଥୀ , ଅର୍ଡାବାହାଲ ଯୁକ୍ତ ଦୁଇ କଲେଜ୍ ଅଧ୍ୟକ୍ଷ ରଞ୍ଜନ ନାଏକ , ପୂର୍ବତନ ସରପଞ୍ଚ ମହାବୀର ଅଗ୍ରୱାଲ ଏବଂ ସୁନିଲ ସିଂହ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସ୍କୁଲର ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ରତ୍ନେଶ୍ୱର୍ ସିଂ ଅଧ୍ୟକ୍ଷତା କରି ସ୍କୁଲର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହା ପରେ ଛାତ୍ରଛାତ୍ରୀମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଉତ୍ସବ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଶିକ୍ଷା କର୍ମଚାରୀ ତଥା ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟା ସକ୍ରୀୟ ସହଯୋଗ କରିଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


