ବାଲିମେଳା: ତା -୧୧/୦୨ (ବିଏମସି ଟିଭି ଓଡ଼ିଆ)
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ତାର୍ଲାକୋଟା ପଞ୍ଚାୟତ ଅଧୀନ ପୁଷପାଲ୍ଲୀ ଗ୍ରାମରେ ମଙ୍ଗଳବାର ଏକ ନୂତନ ମନ୍ଦିର ପ୍ରତିଷ୍ଠା କରିବା ସହ ଉକ୍ତ ମନ୍ଦିରରେ ଚତୁର୍ଥ ଜ୍ୟୋତିରଲିଙ୍ଗ ଓଁ କାରେଶ୍ୱର ମହାଦେବଙ୍କ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି। ଏହି ଅବସରରେ ଗ୍ରାମର ମହିଳାମାନେ ମଙ୍ଗଳବାର ସକାଳୁ ଗାଁ ନିକଟରେ ପ୍ରବାହିତ ହେଉଥିବା ନଦୀରୁ ଜଳ ସଂଗ୍ରହ କରି ଏକ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିବା ପରେ ମନ୍ଦିରରେ କଳସ ସ୍ଥାପନ କରିଥିଲେ। ଏହା ପରେ ତିନିଜଣ ବରିଷ୍ଠ ପୂଜକଙ୍କ ଦ୍ୱାରା ନୂତନ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟ କରିବା ସହ ରୀତିନୀତି ଅନୁସାରେ ପୂଜା ଓ ହୋମ ଯଜ୍ଞ ଜାରୀ ରଖିଛନ୍ତି। ବୁଧବାର ଦିନ ଉକ୍ତ ମନ୍ଦିରରେ ଓଁକାରେଶ୍ୱର ମହାଦେବଙ୍କର ଜ୍ୟୋତିରଲିଙ୍ଗ ପ୍ରତିଷ୍ଠା କରାଯିବ ବୋଲି ପୂଜକ ମାନେ କହିଛନ୍ତି।ଏହି ପ୍ରତିଷ୍ଠା ଉତ୍ସବ ଅବସରରେ ମନ୍ଦିର ପ୍ରାଙ୍ଗଣରେ ନାମ ସଂକୀର୍ତ୍ତନ ଜାରୀ ରହିଛି।ଏହି ପ୍ରତିଷ୍ଠା ଉତ୍ସବରେ ପୁଷ ପାଲ୍ଲୀ ଗ୍ରାମବାସୀଙ୍କ ସମେତ ଏମଭି -୫୩,ଏମଭି -୩୫, ଏମଭି -୧୦୩, ସିରାଗୁଡା, ପାଟନା ଗୁଡା, ଶିମିଳିଗୁଡା,ସାହେବ ଗୁଡା ଗ୍ରାମବାସୀଙ୍କ ସମେତ ଆଖ ପାଖ ଅଞ୍ଚଳର ଅଗଣିତ ଭକ୍ତଙ୍କର ଭିଡ ଜମିଥିବା ଦେଖିବାକୁ ମିଳିଛି।ଏହି ପ୍ରତିଷ୍ଠା ଉତ୍ସବ ଆସନ୍ତା ଗୁରୁବାର ରାତିରେ ଶେଷ ହେବ ବୋଲି ମନ୍ଦିର ପରିଚାଳନା କମିଟିର ସଭାପତି ବୁଦୁ ମାଝୀ, ଜଗନ୍ନାଥ ଖିଲ, ଅଖିଲ ମଣ୍ଡଳ, ଲକ୍ଷ୍ମଣ ମାଡକାମୀ, ଆଦୁ ମାଝୀ, ସୁନାଧର ମାଡକାମୀ, ଧନ ନାୟକ, ଭୀମା ପଡିୟାମୀ, ମୁକା ମାଡକାମୀ, ଅଦିଆ ମାଝୀ, ପଦଲାମ ପଡିୟାମୀ, ସନିଆ ଦଳପତି, ବାଲରାଜ ଗାମେଲ, କସା ସୋଡି, ଆଡମା ମାଡକାମୀ, କସା ମାଡାକାମୀ ପ୍ରମୁଖ ପ୍ରକାଶ କରିବା ସହିତ ଏହି ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମକୁ ସିଚାରୁରୂପ ପରିଚାଳନା କରୁଛନ୍ତି। ବୁର୍ଲା ମେଡିକାଲ କଲେଜରେ ପ୍ରଫେସର ଭାବେ କାର୍ଯ୍ୟରତ ଥିବା ଡା, ଆଚାର୍ଯ୍ୟ ସୂର୍ଯ୍ୟକାନ୍ତ ପାଠଯୋଶୀଙ୍କ ସହଯୋଗରେ ଏହି ମନ୍ଦିର
ନିର୍ମାଣ ସମ୍ପନ୍ନ ହୋଇପାରିଛି।ଡାକ୍ତର ଶ୍ରୀ ପାଠଯୋଶୀ ଏହି ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ଏହି କାର୍ଯ୍ୟରେ ସମ୍ପୂର୍ଣ ଭାବେ ସହଯୋଗ କରୁଛନ୍ତି। ଏହି ମହାନ କାର୍ଯ୍ୟ ପାଇଁ ଡାକ୍ତର ଶ୍ରୀ ପାଠଯୋଶୀଙ୍କୁ ଅଞ୍ଚଳବାସୀଙ୍କ ସମେତ ଜିଲ୍ଲା ବାସୀ ତାଙ୍କର ପ୍ରଶଂସା କରିବା ସହ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି।
ବାଲିମେଳା ରୁ ଦିଲୀପ କୁମାର ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


