ସମ୍ବଲପୁର :ତା-୧୨/୦୨ (ବିଏମସି ଟିଭି ଓଡିଆ)
ଅଖିଳ ଭାରତୀୟ ୮୪ ଘର ଅଘରିଆ ସମାଜର ଓଡ଼ିଶା ରାଜ୍ୟ ସ୍ତରୀୟ ସମ୍ମିଳନୀ ଆଗାମୀ ୨୮ ତାରିଖରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡ଼ା ଜିଲ୍ଲା ତାଳମୁଣ୍ଡା ଗ୍ରାମରେ ଅନୁଷ୍ଠିତ ହେବ । ଏହାର ସଫଳତା ପାଇଁ ବାମଣ୍ଡା ଆଞ୍ଚଳିକ ସମ୍ମିଳନୀ ପରେ ବିଭିନ୍ନ ଗୁଡ଼ିସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେବାରେ ଲାଗିଛି। ଏହି କ୍ରମରେ ଜାମୁମାଲ୍ ଗ୍ରାମରେ ଗୁଣ୍ଡୁରୁଚୁଆଁ ଗୁଡ଼ିର ସଭାପତି ସୁବାସ ପଟେଲଙ୍କ ସଭାପତିତ୍ବରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଅଖିଳ ଭାରତ ଅଘରିଆ ସମାଜର ସାଂଗଠାନିକ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି , ଆଞ୍ଚଳିକ ସମ୍ପାଦକ ଅଶୋକ ପଟେଲ ସମ୍ମାନିତ ଅତିଥି ଓ ଭୋଜପୁର ଗୁଡ଼ିର ସଭାପତି ବିରଞ୍ଚି ପଟେଲ ପର୍ଯ୍ୟବେକ୍ଷକ ଭାବରେ ଯୋଗ ଦେଇ ଓବିସି ସଂଗଠନ ଓ ଅଘରିଆ ସମାଜ ସଂଗଠନକୁ ଏକଜୁଟ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ କୁଚିଣ୍ଡା କଲେଜ ଅଧ୍ୟକ୍ଷ ଜୟ ନାରାୟଣ ପଟେଲ, ମଣ୍ଡଳ ସଭାପତି ଅବସର ପ୍ରାପ୍ତ ପରମାଣପୁର କଲେଜର ପ୍ରାଧ୍ୟାପକ ଅଶୋକ କୁମାର ନାୟକ, ସମ୍ପାଦକ ସରୋଜ ପଟେଲ, ଶିବ ଶଙ୍କର ପଟେଲ ଓ ଦିଲ୍ଲୀପ ପଟେଲ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ପ୍ରଦାନ କରିଥିଲେ । ରାଜ୍ୟ ସମ୍ମିଳନୀ କୁ ସଫଳ କରିବାକୁ ଆହ୍ବାନ ଦିଆଯାଇଥିଲା । ଶେଷରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁକାନ୍ତି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।
ଅଖିଳ ଭାରତୀୟ ଅଘରିଆ ସମାଜର ରାଜ୍ୟ ସ୍ତରୀୟ ସମ୍ମିଳନୀ ୨୮ରୁ ଆରମ୍ଭ


