ବାଙ୍କୀ: ତା -୧୩/୦୨(ବିଏମସି ଟିଭି ଓଡ଼ିଆ)
ଉଭୟେ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣ ଙ୍କ ପାଇଁ ବିଭିନ୍ନ ଯୋଜନା ତିଆରି କରୁଛନ୍ତି ଓ କାର୍ଯ୍ୟକାରୀ କରୁଛନ୍ତି । କିନ୍ତୁ ତଳସ୍ତରରେ ଥିବା କର୍ମଚାରୀ ମାନଙ୍କ ଅବହେଳା ଯୋଗୁ ପ୍ରକୃତ ହିତାଧିକାରୀ ପାଖରେ ଯୋଜନା ପହଂଚି ପାରୁନାହଁ ଏଭଳି ଘଟଣା ଦେଖିବାକୁ ମିଳିଛି ବାଙ୍କୀ ଡମପଡା ବ୍ଲକ ଶିମିଳିପୁର ଗ୍ରାମପଂଚାୟତ ମକୁନ୍ଦପୁର ଗାଁ ସାଧୁଚରଣ ଙ୍କ ନିକଟରେ । ସାଧୁଚରଣ ଭଙ୍ଗା ଆଜବେଷ୍ଟ ଘରେ ଅତି ଦୟନୀୟ ଅବସ୍ଥାରେ ବସ ବାସ କରୁଛନ୍ତି । ଆବାସ ଯୋଜନା ତାଙ୍କ ପାଇଁ ସାତ ସପନ ପରିବାର କହିଲେ ସ୍ୱାମୀ, ସ୍ତ୍ରୀ, ପୁଅ ଓ ବୃଦ୍ଧ ବାପା ଅନାଗ୍ରସର ହୋଇଥିବାରୁ କିଛି କମଧନ୍ଦା କରନ୍ତି ନାହିଁ. ସେ ମଧ୍ୟ ପୁଅ ଉପରେ ନିର୍ଭର କରନ୍ତି । ସାଧୁଚରଣ ଙ୍କ ର ରୋଜଗାର କହିଲେ ରାସ୍ତା କଡରେ ଗୋଟେ ଛୋଟିଆ ଚା ଦୋକାନ । ପ୍ରତେକ ଦିନ ରାତି 4ଟା ରୁ ଆସି ଦୋକାନ ଖୋଲି ଚା ପାନ ବିକି ନିଜର ପରିବାର ପ୍ରତିପୋଷଣ କରନ୍ତି । ସ୍ଥାନୀୟ ଜନପ୍ରତିନିଧି ଙ୍କୁ ବାରମ୍ବାର ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମୁଳୁନାହିଁ । ବହୁ ବାର ବ୍ଲକ ଅଫିସ କୁ ଯାଇଥିଲେ ମଧ୍ୟ ତାଙ୍କ କଥା କେହି ଶୁଣୁନାହାନ୍ତି । ଭିର୍ନକ୍ଷମ ଭତା ୩୫୦୦ଟଙ୍କା ପାଇବା ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ୍ୟ ୧୨୦୦ ଟଙ୍କା ଭତା ପାଉଛନ୍ତି। ଜନସାଧାରଣ ଭାବୁଥିଲେ ଡବଲ ଇଞ୍ଜିନ ସରକାର ଆସିଲେ ସମସ୍ତ ଙ୍କ ଅସୁବିଧା ଦୂର ହେବ କିନ୍ତୁ ବଢ଼ିବାରେ ଲାଗିଛି । ତେଣୁ ସାଧୁଚରଣ ସରକାର ଙ୍କୁ ଘର ଖଣ୍ଡେ ଓ ଆର୍ଥିକ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି । ଦେଖିବାକୁ ବାକି ରହିଲା ସାଧୁଚରଣ ଙ୍କ ଦୁଃଖ କେବେ ପ୍ରଶାସନ ବୁଝୁଛି ।
ବାଙ୍କୀ ଡମପଡ଼ା ରୁ ସୁଶାନ୍ତ କୁମାର ନାୟକଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


