ରାୟଗଡା: ତା -୧୩/୦୨(ବିଏମସି ଟିଭି ଓଡ଼ିଆ)
ରାୟଗଡା ଜିଲ୍ଲା ର ବିଷମକଟକ ବ୍ଲକ ଅଧୀନରେ ଯାଉଥିବା କୋଣବାଇ ପଞ୍ଚାୟତ ର କଣବାଇ ଗ୍ରାମରେ ଜଳିଯାଇଛି ଦୁଇ ପରିବାରଙ୍କ ଘର ସୂଚନା ଅନୁଯାଇ, ନାର୍ଷି ହୁଇକା ଓ ଅନ୍ୟ ଆଉ ଏକ ପରିବାର ମାଣିକ ହୁଇକା ସେମାନେ ତାଙ୍କର ନୀତି ଦିନିଆ କାମ କରିବାକୁ ଜଙ୍ଗଲ କୁ କାଠ ଆଣିବା ପାଇଁ ଯାଇଥିଲେ ଠିକ ସେହି ଅପରାହ୍ନ ସମୟରେ ଅଚାନକ ତାଙ୍କ ଘରେ ନିଆଁ ଲାଗିଯାଇଥିଲା । ସେହି ସମୟରେ ଉପସ୍ଥିତ ଥିବା କିଛି ଗ୍ରାମ ର ଲୋକମାନେ ସ୍ଥାନ୍ୟ ବିଷକଟକ ର ଅଗ୍ନିଶମ ବିଭାଗ କୁ ଫୋନ୍ କରିଥିଲେ । ଏହା ପରେ ଅଗ୍ନିଶମ ଭିଭାଗ ର କର୍ମ କର୍ତା ସବୁ ଘଟଣା ସ୍ଥଳ କୁ ପହଂଚି ଜଳୁଥିବା ନିଆଁ କୁ ଆୟତ କରିଥିଲେ । ଏହାପରେ ମଧ୍ୟ ଗ୍ରାମର ଲୋକମାନେ ମଧ୍ୟ ନିଆକୁ ଆୟତ କରିବାପାଇଁ ବହୁତ ପ୍ରୟାସ କରିଥିଲେ କିନ୍ତୁ ନିଆଁର ତାପ ଏତେ ପ୍ରଚରବଢ଼ି ଯାଇଥିଲା ଯେ ଶେଷରେ ଘରେ ଥିବା ଖାଇବା ଖାଦ୍ୟ ତଥା:ଚାଉଳ, ମାଣ୍ଡିଆ, ଧାନ ଓ ପିନ୍ଧିବା ପାଇଁ ଯାହା ଆବଶ୍ୟକ ସମସ୍ତ ଲୁଗା ଏବଂ କପଡା ବସ୍ତ୍ର ଜଳିଯାଇଛି । ସେହି ସମୟରେ ଆମ ଗଣମାଧ୍ୟମ ଯାଇ ପହଂଚିଥିଲୁ ଠିକ ସେହି ସମୟରେ କଣବାଇ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଶ୍ରୀ ଯୁକ୍ତବିରସିଂହ କୁମ୍ବୁରିକା ଉପସ୍ଥିତ ରହିଥିଲେ । ଓ ଆମ ପ୍ରତିନିଧି ଙ୍କୁ କହିଥିଲେ ଏହି ଦୁଃଖ ସମୟରେ ସରକାର ଙ୍କ ଦ୍ୱରା ଯଦି ଏମାନଂକୁ ତୁରନ୍ତ ରହିବା ପାଇଁ ଜାଗା ବା ଆବାସ ଘର ଓ ଖାଇବାପାଇଁ କିଛି ଖାଦ୍ୟ ଜଗାଇଦେବେ ତାହା ହେଲେ ବହୁତ ଭଲ ହୋଇଥାନ୍ତା ବୋଲି ଶ୍ରୀ ଯୁକ୍ତ ବିରସିଂହ କୁମ୍ବୁରିକା ମତ ରଖିଛନ୍ତି । ତତ ସଙ୍ଗେ ସଙ୍ଗେ ପୁଣି ଦୁଃଖର କଥା ଏହି ଘର ଯଲିଯାଇଥିବା ଦୁଇ ପରିବାର ର ସନ୍ତାନ ମାନେ ବିଦେଶକୁ ଦାଦନ ଖଟିବା ପାଇଁ ଯାଇଛନ୍ତି । ଜୋ ଦ୍ୱାରା କୀ ସେମାନେ କିଛି ରଜାଗର କରି ପଇସା ପଠାଓଉଥିଲେ ପରିବାର ଚଳୁଛି । ଏହି ଭଳି ପରିସ୍ଥିତି ରେ ସରକାର ଙ୍କ ନଜର ନିହାତି ରହିବା ଦରକାର ବୋଲି ଗ୍ରାମ ର ବୁଦ୍ଧିଜୀବୀ ଓ ଶ୍ରୀ ଯୁକ୍ତ ବିରସିଂହ କୁମ୍ବୁରିକା କହିଛନ୍ତି ।
ରାୟଗଡା ରୁ ମହେନ୍ଦ୍ର କନ୍ଧପାଣି ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


