ବାଙ୍କୀ ; ତା-୧୮/୦୨ ( ବିଏମସି ଟିଭି ଓଡ଼ିଆ)
ଆଜି ଠାରୁ ଆରମ୍ଭ ହୋଇଛି ଓଡ଼ିଶା ଉଚ୍ଚମାଧ୍ୟମିକ ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତଦୁଇ ବିଜ୍ଞାନ, କଳା ଓ ବାଣିଜ୍ୟ ପରୀକ୍ଷା । ଏହି ପରିପ୍ରେକ୍ଷୀରେ ବାଙ୍କୀ କଲେଜରେ ପ୍ରଶ୍ନପତ୍ରର ଏକ ହବ୍ ଓଡ଼ିଶା ଉଚ୍ଚମାଧ୍ୟମିକ ପରିଷଦ ତରଫରୁ ରହିଛି । ଏହି ହବ୍ରୁ ପ୍ରତିଦିନ ଯେଉଁ ପ୍ରଶ୍ନପତ୍ରର ପରୀକ୍ଷା ହେଉଛି ସେଠାକୁ ଦୁଇଗୋଟି କାର୍ ଯୋଗେ ପରୀକ୍ଷା କେନ୍ଦ୍ରକୁ ପୋଲିସ୍ ଓ ଅବଜବଭର୍ ପ୍ରଶ୍ନପତ୍ର ନେଇ ପହଞ୍ଚିବାର ବ୍ୟବସ୍ଥା ହୋଇଛି । ବାଙ୍କୀ କଲେଜ ହବ୍ର ସୁପରଭାଇଜର ଭାବେ ଅଧ୍ୟକ୍ଷ ପ୍ରମୋଦ କୁମାର ପଣ୍ଡା ଓ ସହକାରୀ ସୁପରଭାଇଜର ଡକ୍ଟର ଶୈଳେନ୍ଦ୍ର ଚନ୍ଦ୍ର ଦେଓ ଦାୟିତ୍ୱରେ ରହିଛନ୍ତି । ଏହି ସମସ୍ତ କାର୍ଯ୍ୟକୁ ସହକାରୀ ସତିଶ କୁମାର ମହାପାତ୍ର ସହାୟତା କରୁଛନ୍ତି । ଚଳିତ ବର୍ଷ ବାଙ୍କୀ କଲେଜରେ କଳା, ବିଜ୍ଞାନ ଓ ବାଣିଜ୍ୟରେ ୫୯୯ଜଣ ଛାତ୍ରଛାତ୍ରୀ , କଳାପଥର -ଧଳାପଥର ଆଞ୍ଚଳିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ କଳା, ବିଜ୍ଞାନ ଓ ବାଣିଜ୍ୟରେ ୩୧୩ଜଣ, ବୈଦ୍ୟେଶ୍ୱର ଉଚ୍ଚମାଧ୍ୟମିକ ବିଦ୍ୟାଳୟ କଳାରେ ୧୬୮ଜଣ, ରାଣୀଶୁକଦେଈ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ କଳାରେ ୧୭୯, ଡମପଡ଼ା ଆଞ୍ଚଳିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟ କଳାରେ ୧୩୫ଜଣ ଓ ପ୍ରଭା ରାଉତରାୟ ଗୋଡିସାହି ଉଚ୍ଚମାଧ୍ୟମିକ ବିଦ୍ୟାଳୟ କଳାରେ ୯୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ବାଙ୍କୀ କଲେଜର ଯୁକ୍ତଦୁଇ ପରୀକ୍ଷାର ପରିଚାଳକ ଭାବେ ପ୍ରାଧ୍ୟାପିକା ଗାୟତ୍ରୀ ନାୟକ ଓ ସହକାରୀ ପରୀକ୍ଷା ପରିଚାଳକ ଭାବେ ଅଧ୍ୟାପକ ଯୁଗୋଳ କିଶୋର ମଣ୍ଡଳ ଦାୟିତ୍ୱ ନିର୍ବାହ କରୁଛନ୍ତି ।

ବାଙ୍କୀ ରୁ ସୁଶାନ୍ତ କୁମାର ନାୟକଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।


