ବାଲିମେଳା: ତା -୧୭/୦୨ (ବିଏମସି ଟିଭି ଓଡ଼ିଆ)
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଚିତାପାରି -୩ ପଞ୍ଚାୟତ ଅଧୀନ ଏମଭି -୧୦୪ ଗ୍ରାମରେ ପରିମଙ୍ଗଳ କମିଟିର ସଭାପତି କୃଷ୍ଣ ମଣ୍ଡଳ, ସମ୍ପାଦକ ବିଶ୍ୱନାଥ ବିଶ୍ୱାସ, କୋଷାଧକ୍ଷ ଜିତେନ୍ଦ୍ର ବିଶ୍ୱାସ ଏବଂ ଅନ୍ୟ ସଦସ୍ୟ ମାନଙ୍କ ନେତୃତ୍ୱରେ ସୋମବାର ମଧ୍ୟ ରାତ୍ରୀ ଠାରୁ ଆରମ୍ଭ ହୋଇଛି ମା’କାଳୀଙ୍କର ଆବାହନ।ପ୍ରତିବର୍ଷ ସବୁଠି ଦୀପାବଳୀରେ କାଳୀ ପୂଜା ଅନୁଷ୍ଠିତ ହେଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ବସବାସ କରୁଥିବା ବାଙ୍ଗୀୟ ସମ୍ପ୍ରଦାୟ ପକ୍ଷରୁ ବିଭିନ୍ନ ସମୟରେ ମା’କାଳୀଙ୍କ ଆବାହନ କରାଯାଇଥାଏ ।ଦୀର୍ଘ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଏପରି ଭିନ୍ନ ପରମ୍ପରା ଶତାଧିକ ଶ୍ରଦ୍ଧାଳୁଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି।ଏହି ଅବସରରେ ଗ୍ରାମର ମହିଳାମାନେ ଏକ କଳସ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ପରେ ମନ୍ଦିରରେ କଳସ ସ୍ଥାପନ କରିଥିଲେ।ପାରମ୍ପରିକ ରୀତିନୀତି ଅନୁସାରେ ମା ‘କାଳୀଙ୍କ ପୂଜା କରାଯାଇଥିଲା।ଏହି ପୂଜା ଦେଖିବା ପାଇଁ ଏମଭି -୧୦୪ ଗ୍ରାମବାସୀଙ୍କ ସମେତ ଏମଭି-୧୦୯, ଏମଭି-୧୦୮, ଏମଭି-୧୨୨, ଏମଭି-୩୮, ଏମଭି-୩୬, ଏମଭି-୩୮ଗ୍ରାମବାସୀଙ୍କ ସମେତ ଆଖ ପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ଲୋକଙ୍କ ମନୋରଞ୍ଜନ ପାଇଁ ପୂଜା କମିଟି ପକ୍ଷରୁ ପୂଜା ମଣ୍ଡପ ନିକଟରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।ପୂଜା ମଣ୍ଡପ ନିକଟରେ ରଙ୍ଗ ବେରଙ୍ଗ ତୋରଣ ସାଙ୍ଗକୁ ଆଲୋକ ମାଳାରେ ସଜା ଯାଇଛି। ବିଭିନ୍ନ ପ୍ରକାର ଅସ୍ଥାୟୀ ଦୋକାନ ବଜାର ଖୋଲା ଯାଇଥିବା ଦେଖିବାକୁ ମିଳିଛି।
ବାଲିମେଳା ରୁ ଦିଲୀପ କୁମାର ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


