ବାଲିମେଳା: ତା -୧୮/୦୨ (ବିଏମସି ଟିଭି ଓଡ଼ିଆ)
ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଧେଶ କ୍ରମେ ସରା ରାଜ୍ୟରେ ବୁଧବାର ଠାରୁ ଆରମ୍ଭ ହୋଇଛି +୨ପରୀକ୍ଷା । ଏହି ଅବସରରେ ମାଲକାନଗିରି ଜିଲ୍ଲା ବାଲିମେଳା ଵିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟରେ ବିଜ୍ଞାନ ବିଭାଗ ଛାତ୍ର ଛାତ୍ରୀ ମାନେ ପ୍ରଥମ ଦିନରେ ଓଡ଼ିଆ ପରୀକ୍ଷା ବଡ଼ ଉତ୍ସାହର ଦେଇଛନ୍ତି।ଚଳିତ ବର୍ଷ ବିଜ୍ଞାନ ବିଭାଗର ୮୪ଜଣ ମଧ୍ୟରୁ ଜଣେ ଅନୁପସ୍ଥିତ ଥିଲେ ଏକ୍ସ ରେଗୁଲାର ୧୮ ଜଣଙ୍କ ମଧ୍ୟରୁ ୧୦ଜଣ ପରୀକ୍ଷା ଦେଇଛନ୍ତି।ସେହିପରି କଳାରେ ୨୭୦ଜଣ ରେଗୁଲାର ଓ ଏକ୍ସ ରେଗୁଲାର ୨୨ଜଣ,ବାଣିଜ୍ୟରେ ୫୬ଜଣ ଏକ୍ସ ରେଗୁଲାର ୬ଜଣ ଛାତ୍ରଛାତ୍ରୀ ଆଗାମୀ ଦିନରେ ପରୀକ୍ଷା ଦେବେ।ଆସନ୍ତା ୨୦ତାରିଖରୁ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେବ।ପତ୍ର ବିନିମୟରେ ୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।ଆସନ୍ତା ମାର୍ଚ୍ଚ ୨୫ତାରିଖରେ ପରୀକ୍ଷା ଶେଷ ହେବ।ପରୀକ୍ଷା କେନ୍ଦ୍ରକୁ କପିମୁକ୍ତ ଓ ନିରପେକ୍ଷ ପରିଚାଳନା ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ପରୀକ୍ଷା ଅଧିକକ୍ଷ ମମତା ପାତ୍ର କହିଛନ୍ତି।ପରୀକ୍ଷାକେନ୍ଦ୍ର ଉପ ଅଧିକ୍ଷକ ଭାବରେ ଚନ୍ଦ୍ର ଶେଖର ମାଢି ଅଛନ୍ତି।ମହାବିଦ୍ୟାଳୟର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମାଝୀ ପରୀକ୍ଷା ସୁଚାରୁରୂପେ ପରିଚାଳିତ ହୋଇଥିବା କହିଛନ୍ତି।
ବାଲିମେଳା ରୁ ଦିଲୀପ କୁମାର ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


