ବାଲିମେଳା: ତା -୧୮/୦୨(ବିଏମସି ଟିଭି ଓଡ଼ିଆ)
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ପଞ୍ଚାୟତ ଅଧୀନ ସଦାଶିବପୁର ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହି ଗାଁରେ ରହୁଥିବା ଭାସ୍କର କିର୍ସାନି ଙ୍କ ସ୍ତ୍ରୀ ଡାଲିମ୍ବ କିର୍ସାନି-(୨୪)ଙ୍କର କୌଣସି କାରଣରୁ ବୁଧବାର ସକାଳୁ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ପରିବାର ଲୋକେ ପ୍ରଥମେ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ।ଡାଳିମ୍ବଙ୍କ ସ୍ୱାସ୍ଥ୍ୟ ବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଉଚ୍ଚ ଚିକିତ୍ସା ନିମନ୍ତେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ। ସେଠାରେ ଡାଳିମ୍ବଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ଘୋଷଣା କରିଥିଲେ। ଏହାକୁ ନେଇ ମୃତ ଡାଲମ୍ବଙ୍କ ଶଶୁର ଘେନୁ କିର୍ସାନି ଓର୍କେଲ ଥାନାରେ ପହଁଞ୍ଚି ଏକ ଲିଖିତ ଏତଲା ଦେଇଥିଲେ। ଉକ୍ତ ଏତଲାରେ ଉଲ୍ଲେଖ ରହିଛି ଯେ, ବୁଧବାର ସକାଳୁ ମୋ ବୋହୁର ଜୋରରେ ପେଟ କାଟିବାରୁ ଆମେ ତାଙ୍କୁ ଚିକିତ୍ସା ପାଇଁ ମାଡିକାଲ ନେଇଥିଲୁ ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ହୋଇଥିବା ନେଇ ଘୋଷଣା କରିଥିଲେ। ଏହି ତଲାକୁ ଭିତ୍ତି କରି ପୋଲିସ ପକ୍ଷରୁ ଥାନାରେ ଏକ ଅପ ମୃତ୍ୟୁ ମାମଲା କେସ ନମ୍ବର -୩/୨୦୨୬ରେ ଏକ ମାମଲା ରୁଜୁ କରିବା ସହିତ ଏଏସଆଇ ଧନୁର୍ଯୟ ମୁର୍ମୁଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ମାଲକାନଗିରି ମେଡିକାଲରେ ପହଁଞ୍ଚି ଡାଳିମ୍ବଙ୍କ ମୃତ ଦେହକୁ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣାକୁ ନେଇ କୋରୁକୋଣ୍ଡା ବ୍ଲକ ନାକାମାମୁଡି ପଞ୍ଚାୟତ ପିପଲ ପଦର ଗାଁରେ ରହୁଥିବା ମୃତ ଡାଳିମ୍ବଙ୍କ ବଡ଼ ବାପା ସମରା ଶିସା ଆଜି ଓର୍କେଲ ଥାନାରେ ପହଁଞ୍ଚି ଏକ ଲିଖିତ ଏତଲା ପ୍ରଦାନ କରିଛନ୍ତି।

ଉକ୍ତ ଏତଲାରେ ଉଲ୍ଲେଖ ରହିଛି ଯେ, ଆଜକୁ ୪ ବର୍ଷ ପୂର୍ବେ ସାମାଜିକ ରୀତିନୀତି ଅନୁସାରେ ପର୍ଶୁରାମ ଶିସାଙ୍କ ଝିଅ ଡାଳିମ୍ବଙ୍କ ସହିତ ଘେନୁ କିର୍ସାନିଙ୍କ ପୁଅ ଭାସ୍କରଙ୍କ ସହ ବିବାହ ହୋଇଥିଲା। ଭାସ୍କର ଆମ ଝିଅ ଡାଳିମ୍ବକୁ ସର୍ବଦା ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲା। ନିର୍ଯ୍ୟାତନା ଅତି ଅସହ୍ୟ ହେବାରୁ ଡାଳିମ୍ବ ଗତ ଜାନୁୟାରୀ ମାସରେ ଶାଶୁ ଘରୁ ଆସି ନିଜ ବାପାଙ୍କ ଘରେ ରହୁଥିଲା। ଭଦ୍ର ଲୋକଙ୍କ ଦ୍ୱାରା ଆପୋଷ ବୁଝାମଣା ହେବା ପରେ ଡାଳିମ୍ବକୁ ତାର ଶାଶୂଘର ଲୋକେ ଘରକୁ ଡାକି ନେଇଥିଲେ। ଆମ ଝିଅ ଡାଳିମ୍ବକୁ ତାର ସ୍ୱାମୀ ଭାସ୍କର ଏବଂ ଦୁଇ ନଣନ୍ଦ ନୀଳା ଆଉ ତୁଳା ମିଶି ହତ୍ୟା କରିଥିବା ନେଇ ସନ୍ଦେହ ହେଉଥିବା ନେଇ ଉକ୍ତ ଏତଲାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଏତଲାକୁ ଭିତ୍ତି କରି ପୋଲିସ ଥାନାରେ କେସ ନମ୍ବର -୫୨/୨୦୨୬ ରେ ଏକ ମାମଲା ରୁଜୁ କରିବା ସହିତ ଏହି ଘଟଣାର ତଦନ୍ତ ଏସଆଇ ହରପ୍ରିୟା ଶବର ଜାରୀ ରଖିଥବା ଏସଆଇ ମିଳନ ବରିହା କହିଛନ୍ତି। ତେବେ ମହିଳାଙ୍କର କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହଁ। ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଏବଂ ପୋଲିସର ତଦନ୍ତ ସରିବା ପରେ ପ୍ରକୃତ ଘଟଣା ଜଣା ପଡିବ ବୋଲି ଥାନା ଅଧିକାରୀ ଧୀରେନ ପଟ୍ଟନାୟକ କହିଛନ୍ତି ।
ବାଲିମେଳା ରୁ ଦିଲୀପ କୁମାର ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


