ବେଲଗୁଣ୍ଠା: ତା -୨୧/୦୨(ବିଏମସି ଟିଭି ଓଡ଼ିଆ)
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ସେଣ୍ଟର ଅଫ୍ ଏକ୍ସିଲେନ୍ସ୍ ଇନ୍ ନାନୋ ସାଇନ୍ସ୍ ଆଣ୍ଡ ଟେକ୍ନୋଲୋଜି ଆନୁକୂଲ୍ୟରେ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ପ୍ରତାପ ଲକ୍ଷ୍ମଣପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଏକ ଲୋକ ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ଅଧ୍ୟକ୍ଷ ମାନସ ରଞ୍ଜନ ଡାକୁଆଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର୍ ସୁକାନ୍ତ କୁମାର ତ୍ରୀପାଠି ଉଦ୍ଘାଟନ କରିଥିଲେ । ବିଶ୍ଵବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ରର ସଂଯୋଜକ ଶ୍ରୀ ତ୍ରିପାଠି ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ନାନୋ ଟେକ୍ନୋଲୋଜି ଏବଂ ସେନସର୍ ର ଉପଯୋଗିତା ଓ ପ୍ରସ୍ତୁତି ସମ୍ପର୍କିତ ବିଶଦ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବ ଗବେଷକ କାହ୍ନୁ ଚରଣ ନାୟକ, ଅଶୋକ କୁମାର ସାହୁ, ପ୍ରାନ୍ତ ପି ଦାଶ ,ଶ୍ରଦ୍ଧାଞ୍ଜଳି ଲେଙ୍କା ଏବଂ ବାର ଜଣ ପ୍ରକଳ୍ପ ସଂଯୋଜକ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଆଠଟି ପ୍ରକଳ୍ପ ସମ୍ପର୍କରେ ବର୍ଣ୍ଣନା କରି ଉତ୍ସାହିତ କରିଥିଲେ । ଅପରାହ୍ଣରେ ଓଡିଆ ବିଭାଗ ଅଧ୍ୟାପିକା ପ୍ରାଚୀପ୍ରଭା ନାୟକଙ୍କ ନେତୃତ୍ୱରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଇଥିଲା । ସହପାଠ୍ୟ ବିଭାଗର ନିର୍ଦ୍ଦେଶକ ସନ୍ତୋଷ କୁମାର ଗୌଡ଼ଙ୍କ ପରିଚାଳନାରେ ବିଭିନ୍ନ ପ୍ରତିଯୋଗିତl ଅନୁଷ୍ଠିତ ହେବା ସହିତ କୃତୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ସହଯୋଗ କରିଥିଲେ ।
ବେଲଗୁଣ୍ଠା ରୁ ନାରାୟଣ ପଣ୍ଡାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


